
ଲୋଇସିଂହା, (କେପିଏନ୍ଏସ୍) : ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆଗଲପୁର ବ୍ଳକ ୧ ନମ୍ବର ଜୋନର ଘୁଚେପାଲି ଠାରେ ବିଜୁ ଜନତା ଦଳର ରାଜ୍ୟପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଆଗଲପୁର ବ୍ଳକ ସଭାପତି ପଞ୍ଚୁ ପଧାନଙ୍କ ସଭାପତିତ୍ୱ ଏବଂ ସ୍ଥାନୀୟ ସରପଞ୍ଚ ତଥା ବିଜୁ ମହିଳା ଜନତା ଦଳ ଆଗଲପୁର ବ୍ଳକ ସଭାପତି ଦେବକୀ ସାହୁଙ୍କ ସଂଯୋଜନାରେରେ ବିଜୁ ଜନତା ଦଳର ଏକ ବିରାଟ ଜୋନ ସ୍ତରୀୟ ଦଳୀୟ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହସେଓ ଯୋଗ ଦେବା ସହ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତି ଥିଲେ ।
