om academy

ଦେଓଗାଁ ବ୍ଲକ ବିଜେଡି କର୍ମୀ ସମାବେଶ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ୧୩ ନମ୍ବର ଜୋନର ବିଜେଡି କର୍ମୀଙ୍କୁ ନେଇ କୁଲୁତାପଡ଼ା ସ୍ଥିତ ଶୁଲିଆ ପୀଠର ବିଜାମୁଣ୍ଡା ଏମ୍‌ଆଇପି ନିକଟରେ ୬ଟି ପଞ୍ଚାୟତର ବିଜେଡି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ସୁଶୀଳ ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅର୍କେଶ ନାରାୟଣ ସିଂଦେଓ ଯୋଗଦେଇ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁମତି ସେଠଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ କର୍ମୀଙ୍କୁ ବିଜୟୀ ମନ୍ତ୍ର ଦେଇଥିଲେ । ଦେଓଗାଁ ବ୍ଲକର ୪ ଜଣ ପୂର୍ବ ଅଧ୍ୟକ୍ଷ ବିଜୟ ସାହୁ, ଲକ୍ଷ୍ମଣ ମେହେର, ଦିଲ୍ଲୀପ ମହାନ୍ତି, ରୀନା ମେହେର ଯୋଗଦେଇ କିଭଳି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଜୟୀ ହେବେ ସେହି ଦିଗରେ ଆଲୋଚନା କରିଥିଲେ । ଏଥିରେ ବରିଷ୍ଠ ନେତା ଉମାଶଙ୍କର ସିଂ ଓ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଗୁରୁଦେବ ରଣା ମଧ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.