centurian jitm

ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସ୍‌ର କର୍ମଶାଳା

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶିକ୍ଷା ପୋଥି ଗତ ନହୋଇ କିୟାଶୀଳ ହେବା ଉଚିତ । ଆମେ ପଢ଼ିବା, ବଢ଼ିବା ଓ ଗଢିବା ସହ ଉତ୍ତମ ସେବା ମନୋବୃତ୍ତିଧାରୀ ଚରିତ୍ରବାନ ମଣିଷ ହେବା ବୋଲି ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକ୍ ମହାବିଦ୍ୟାଳୟ ପରିସରରେ ଚାଲିଥିବା ଜୁନିଅର ରେଡକ୍ରସ୍‌ ତାଲିମ ଶିବିରର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଭୁବନେଶ୍ୱର ମେୟର ତଥା ବର୍ତ୍ତମାନ ଭୁବନେଶ୍ୱର(ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ମତପ୍ରକାଶ କରିଥିଲେ । ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକ ପ୍ରତ୍ୟକ୍ଷ ତତ୍ତ୍ୱବାଧାନ କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ଜୁନିୟର ରେଡ଼କ୍ରସ୍‌ ଅଫିସର ଲକ୍ଷ୍ମଣ ସ୍ୱାଇଁଙ୍କ ପରିଚାଳିତ ଶିବିରରେ ଅନ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଗୁରୁ ତଥା ପ୍ରତିଯୋଗିତାର ବିଚାରକ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସୁଶୀଲ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ । ସକାଳୁ ସର୍ବଧର୍ମ ପ୍ରାର୍ଥନା, ଯୋଗାଭ୍ୟାସ, ସଫେଇ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା । ସାଧନ କର୍ମୀ ମୂରଲୀଧର ପରିଡା ରେଡକ୍ରସ୍ ଗୀତ ବିଷୟରେ, ଜାତୀୟ ସ୍ତର ତାଲିମଦାତା ଡ଼. ସତ୍ୟ ନାରାୟଣ ହୋତା ବିଦ୍ୟାଳୟରେ ସୁରକ୍ଷା ବିଷୟରେ, ଡାକ୍ତର ବିକାଶ ପ୍ରସାଦ ପ୍ରାଥମିକ ଚିକିତ୍ସା ବିଷୟରେ, ଡ. ମହମ୍ମଦ ଇର୍ଫାନ ଅଲ୍ଲୀ ନିଶାମୁକ୍ତ ବିଦ୍ୟାର ପରିସର ବିଷୟରେ ଶିକ୍ଷଣ କାର୍ଯ୍ୟ ସମାପନ କରିଥିଲେ । ଡ଼. ଅଲ୍ଲୀ ରେଡ଼କ୍ରସ୍‌ ସ୍ୱେଚ୍ଛାସେବୀମାନଙ୍କୁ ନିଜକୁ, ନିଜ ପରିବାରକୁ, ନିଜ ସମାଜକୁ କିପରି ନିଶାମୁକ୍ତ କରିପାରିବ, ତାହା ଉପରେ ବିଶେଷ ଭାବରେ ସୂଚନା ଦେବା ସହ ଶପଥ ପାଠ କରାଇଥିଲେ । ଯାହାଦ୍ୱାରା ଏକ ନିଶାମୁକ୍ତ ସମାଜ ଗଠନ କରିପାରିବାରେ ରେଡ଼କ୍ରସ୍‌ ସହାୟତା ହେଉ । କାର୍ଯ୍ୟକ୍ରମରେ ଉପେନ୍ଦ୍ର ଦାଶ, ରବିଚନ୍ଦ୍ର ପଶାୟତ, ଯଜ୍ଞଶ୍ୱର ପଣ୍ଡା, ସ୍ନିଗ୍ଧା ରାଣୀ ସ୍ୱାଇଁ, ରାମ ନାରାୟଣ ଦାଶ, ତୋଫାନ କୁମାର ରାଉତରାୟ, ସଂଜୀବ ଦାଶ ତଥା ଅନ୍ୟମାନେ ସହଯୋଗ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.