oom

ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟର ଏକ ଦିବସୀୟ କର୍ମଶାଳା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆରସି) ସଭା କକ୍ଷଠାରେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟର ମେମ୍ବରମାନଙ୍କୁ ନେଇ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିପିନ କୁମାର ମେହେର, ଡିଏସ୍‌ପି (ଏଚ୍‌ଆରପିସି), ଡିଏସ୍‌ପି (କ୍ରାଇମ) ନନ୍ଦି କିଶୋର ଷାଣ୍ଢ, ପୂର୍ବତନ ସିଡବ୍ଲୁସି ସଦସ୍ୟ ଡା. ଗୋଦାବରିଶ ରଥ ଉପସ୍ଥିତ ଥିବା ବେଳେ କର୍ମଶାଳାଟିକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ସଭାପତିତ୍ୱ କରିଥିଲେ । କର୍ମଶାଳାଟିକୁ ଦିଗାମ୍ବର କର (ଆଇନ ପରିବେକ୍ଷକ ଅଧିକାରୀ) ପରିଚାଳନା କରିଥିଲେ । କର୍ମଶାଳାରେ ଜିଲ୍ଲାର ପ୍ରତ୍ୟେକ ଥାନାରୁ ମହିଳା ଶିଶୁ ଡେକ୍ସର ସ୍ୱତନ୍ତ୍ର ପୋଲିସ ଅଧିକାରୀ ଏବଂ ସହାୟକ ଅଧିକାରୀ ଓ ଡିପିଓର ପୋଲିସ ଅଧିକାରୀ ସମେତ ୪୮ ଜଣ ପୋଲିସ ଅଫିସର ମେମ୍ବର ଯୋଗଦାନ ପୂର୍ବକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏହି କର୍ମଶାଳାଟିକୁ ଉଦ୍‌ଘାଟନ କରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ନାୟକ ଜିଲ୍ଲାରେ ଥିବା ସମସ୍ତ ଶିଶୁମାନଙ୍କ ନିମିତ୍ତ ପ୍ରଚଳିତ ଯୋଜନା ତଥା ଶିଶୁମାନଙ୍କର ଉତ୍ତମ ଥଇଥାନ ଓ ସୁରକ୍ଷା ଉପରେ ଆଲୋକପାତ କରି ପ୍ରତ୍ୟେକ ପୋଲିସ କର୍ମଚାରୀଙ୍କୁ ପ୍ରଶାସନକୁ ହାତ ବଢାଇବା ପାଇଁ ଆହ୍ୱାନ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ଜିଲ୍ଲାରେ ଚାଲିଥିବା ଶିଶୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ଏବଂ ପୋଲିସମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ।

jittmm
Leave A Reply

Your email address will not be published.