ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ବୌଦ୍ଧ ଶାଖା ପକ୍ଷରୁ ବାଳକ ବାଳିକାଙ୍କ ପାଇଁ ଦିନିକିଆ ଆଧ୍ୟାତ୍ମିକ କର୍ମଶାଳା ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ବୌଦ୍ଧ ଶାଖା ପକ୍ଷରୁ ବୌଦ୍ଧ ସହରର ରାଜବାଟିସ୍ଥିତ ଜିଲ୍ଲା କେନ୍ଦ୍ରଠାରେ ଆଜାଦିକା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ବାଳକ ବାଳିକାମାନଙ୍କ ପାଇଁ ଦିନିକିଆ ଆଧ୍ୟାତ୍ମିକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ବି.କେ ସରୋଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ଯୋଗଦାନ କରି ପିଲାମାନଙ୍କ ମାନସିକ ଦକ୍ଷତା, ଏକାଗ୍ରତା, ନୈତିକ ମୂଲ୍ୟବୋଧ ଆଧାରିତ ବକ୍ତବ୍ୟ ରଖିଥିଲେ ।

ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ, ନାଚ, ଗିତ, ଗଳ୍ପକଥନ ଓ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକ୍ରମ କରାଯାଇଥିଲା । କେନ୍ଦ୍ର ପରିଚାଳିକା ବି.କେ ମାମିନା, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ନେହଲତା ପୁରୋହିତ, ବି.କେ ନିର୍ମଳ, ବି.କେ ରଶ୍ମିତା, ବି.କେ ଶ୍ୟାମ ପ୍ରମୁଖ ପିଲାଙ୍କୁ ବିଭିନ୍ନ ଶିକ୍ଷା ଦେଇଥିଲେ । କାର୍ୟ୍ୟକ୍ରମର ସମାରୋହ ଉତ୍ସବରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଘିବେଲାଙ୍କ ସହିତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ମିଶ୍ର ଯୋଗଦେଇ ପିଲାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ । କାର୍ୟ୍ୟକ୍ରମରେ ଅନୁଷ୍ଠାନର ପ୍ରୀତିରଞ୍ଜନ ମହାଲିକ, ବି.କେ ରବି ଭାଇ ଓ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.