oum

ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସମାଜର କର୍ମଶାଳା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତୈଳିକ ବୈଶ୍ୟ(ସାହୁ) ସମାଜର ଏକ କର୍ମଶାଳା ବୈଠକ ଶ୍ରୀ ନୃସିଂହନାଥ ଠାରେ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ତୈଳିକ ସମାଜର ନୀତି ନିୟମ ତଥା ସମ୍ବିଧାନ ସଂଶୋଧନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଲୋଚନାରେ ମାର୍କଣ୍ଡ ସାହୁ, ଦେବରାଜ ସାହୁ, ରାଜ କିଶୋର ସାହୁ, ଡା ବିରଞ୍ଚି ସାହୁ, ନବ କିଶୋର ସାହୁ, ଜୀବର୍ଦ୍ଧନ ସାହୁ, ମହେନ୍ଦ୍ର ସାହୁ, ପିତାମ୍ବର ସାହୁ ଆଦି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପୁନଶ୍ଚ ଆଗାମୀ ସାମାଜିକ ମହାସଭା ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇ ଏ ବର୍ଷର ଶେଷ ସୁଦ୍ଧା ନୃସିଂହନାଥ ଠାରେ ମହାସଭା କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ନୃସିଂହନାଥ ଠାରେ ନିର୍ମାଣାଧୀନ ସ୍ୱ ଜାତୀୟ ଧର୍ମଶାଳାକୁ ପୂର୍ଣ୍ଣାଙ୍ଗ ଏବଂ ସୂଚାରୁ ରୂପେ ପରିଚାଳନା ସକାଶେ ଏକ ପରିଚାଳନା ପରିଷଦ ଗଠନ କରାଯାଇଛି । ଉକ୍ତ କର୍ମଶାଳା ବୈଠକକୁ ସାଫଲ୍ୟ ମଣ୍ତତ କରିବାରେ ଡାକେଶ୍ବର ସାହୁ, ମୋତିଲାଲ ସାହୁ, ସତ୍ୟା ସାହୁ, କୁବେର ସାହୁ, ମୀନକେତନ ସାହୁ, ପରମାନନ୍ଦ ସାହୁ, ଯୁଧିଷ୍ଠିର ସାହୁ ଆଦି ସହଯୋଗ କରିଥିଲେ । ଶେଷରେ ସଂପାଦକ ପରମେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.