ରାମକୃଷ୍ଣ ମିଶନରେ ସ୍ୱପ୍ନ ୨୦୫୦ ସମ୍ପର୍କରେ କର୍ମଶାଳା ଆସନ୍ତା ୨୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୨୧ ତାରିଖ ଶନିବାର ଦିନ ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ଠାରେ କଲିକତାର କେତେକ ପ୍ରଫେସରଙ୍କ ସହଯୋଗରେ କିଶୋର ମାନଙ୍କ ଚିନ୍ତାଶକ୍ତିକୁ କ୍ରିୟାଶୀଳ କରିବା ଲକ୍ଷ୍ୟ ନେଇ ସ୍ୱପ୍ନ ୨୦୫୦ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହେବ । ପଞ୍ଚମରୁ ଅଷ୍ଟମ ଓ ନବମରୁ ଦ୍ଵାଦଶ ଏହିପରି ୨ଟି ଗୃପରେ ଯୋଗଦାନ କରି ଛାତ୍ରଛାତ୍ରୀମାନେ ନିର୍ଦ୍ଧିଷ୍ଟ ବିଷୟ ୨୦୫୦ରେ ଭାରତବର୍ଷକୁ କେଉଁ ସ୍ଥିତିରେ ଦେଖିବା ସେମାନଙ୍କ ସ୍ୱପ୍ନ ସମ୍ପର୍କରେ ପାୱାର ପଏଣ୍ଟ, ଉପସ୍ଥାପନ ବା ଚିତ୍ରାଙ୍କନ କରି ସ୍ଵପ୍ନକୁ ଭାବ ଦେବେ । ଅଧ୍ୟକ୍ଷ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦଙ୍କ ତତ୍ୱାବଧାନରେ ପ୍ରଫେସର ଅବିର ଚଟୋପାଧ୍ୟାୟ, ଡ. ଶୁଭଜିତ ଦାସ ଓ ସରସା ରାମକୃଷ୍ଣ ମିଶନର ସହଯୋଗରେ ଏ ଅନନ୍ୟ କର୍ମଶାଳା ଅନୁଷ୍ଠିତ ହେବ । ଅଧିକ ତଥ୍ୟ ଜାଣିବା ପାଇଁ ମୋବାଇଲ ନଂ ୯୬୭୪୬୩୯୨୪୫ରେ ଯୋଗାଯୋଗ କରିପାରିବେ । ପ୍ରଥମ ଥର ପାଇଁ ପିଲାଙ୍କ ମନରେ ସୃଜନଶୀଳ ଚିନ୍ତନ ଜାଗ୍ରତ ପାଇଁ ରାଉରକେଲାରେ ଏହି କର୍ମଶାଳା ଅନୁଷ୍ଠିତ ହେଉଥିବା ନେଇ ମିଶନ ପକ୍ଷରୁ କୁହାଯିବା ସହ ଏଥିରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି ।

Leave A Reply

Your email address will not be published.