ଆଗଲପୁର, (ସୁଶିଳ କୁମାର ମିଶ୍ର) : ଉଦ୍ୟାନ କୃଷି ଉପନିର୍ଦେଶକ ବଲାଙ୍ଗିର ତରଫରୁ ଉଦ୍ୟାନ କୃଷି ଯୋଜନା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ପଟୁଆପାଲି ଗ୍ରାମ ପଂଚାୟତର କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଶ୍ରାବଣୀ ମହାପାତ୍ର, ବ୍ଲକ ପ୍ରାଣୀ ସମ୍ପଦ ଅଧିକାରୀ ଶୁଭବ୍ରତ ଦାଶ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶୁଭଶ୍ରୀ ମିଶ୍ର ମଂଚାସୀନ ଥିଲେ । ଗୋବିନ୍ଦ ଚନ୍ଦ୍ର ବିଶିଙ୍କ ପରିଚାଳନା କ୍ରମେ ସର୍ବପ୍ରଥମେ ଅତିଥିମାନେ ନିଜର ମତାମତ ପ୍ରଦାନ କରିଥିଲେ । ଉଦ୍ୟାନ କୃଷି ଓ ପ୍ରାଣୀ ସମ୍ପଦର ବ୍ୟବସ୍ଥାରେ ଉପଲବ୍ଧ ହେଉଥିବା ବିଭିନ୍ନ ଯୋଜନା ଯଥା:- ଗୋ ପାଳନ, ଛେଳି ଚାଷ, ଆଳୁ ଚାଷ, ଛତୁଚାଷ, ଗେଣ୍ଡୁ ଫୁଲ ଚାଷ, ତଥା ଆମ୍ବ, କଦଳୀ, ପୃଷ୍ଟି ବଗିଚା ଓ ତାର ବ୍ୟବହାର ତଥା ବିଭିନ୍ନ ଫଳ ପନିପରିବା ଚାଷରେ ମିଳୁଥିବା ସବସିଡ଼ି ଉପରେ କର୍ମଶାଳାରେ ଆଲୋଚନା କରିଥିଲେ । ଉକ୍ତ କର୍ମଶାଳାରେ ଆଖପାଖ ଅଂଚଳର ଚାଷୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ନରେନ୍ଦ୍ର ପଧାନ, ପ୍ରହଲ୍ଲାଦ ପଧାନ, ସୁଶାନ୍ତ ସା, ରମେଶ ପଧାନ, ସତ୍ୟ ରଞ୍ଜନ ମହାଲିଙ୍ଗ, ଦେବଦତ୍ତ ଦଣ୍ଡସେନାଙ୍କ ସମେତ ଆଶିଷ ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ ।