ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ପ୍ରକିୟାରେ ମହିଳାଙ୍କ ଅଂଶଗ୍ରହଣ ଏବଂ ସଶକ୍ତିକରଣ ନେଇ କର୍ମଶାଳା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଆଗ୍ରେସନ ଭବନଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କ ଅଂଶ ଗ୍ରହଣ ଏବଂ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁଷ୍ପାଞ୍ଜଳି ଗୋଆଲ, ବେଳମତି ମାଝୀ, ଅମ୍ବିକା ମାଝୀ, ସରସ୍ୱତୀ ମେହେର ମଞ୍ଚାସୀନ ଥିବା ବେଳେ ତରୁଣ କୁମାର ସା ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଚୈତନ୍ୟ ସା ଜିଲ୍ଲା ସଂଯୋଜକ, ସତ୍ୟ ମେହେର ବ୍ଲକ ସଂଯୋଜକ ସହ ସିନାପାଲି ବ୍ଲକର ସମସ୍ତ ସରପଞ୍ଚ, ନାୟକ ସରପଞ୍ଚ ଓ ୱାର୍ଡମେମ୍ବରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.