ଭାରତୀୟ ସମ୍ବିଧାନ ଓ ମାନବ ଅଧିକାର ସଂପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର): ଡିସେମ୍ବର ୧୦ ତାରିଖ ବିଶ୍ୱ ମାନବ ଅଧିକାର ଦିବସ ପାଳନ ଅବସରରେ ଭାରତୀୟ ସମ୍ବିଧାନ ଓ ମାନବ ଅଧିକାର ସଂପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ବଲାଙ୍ଗିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିନ୍ଦାବାଦ ସଂଗଠନ, ବଲାଙ୍ଗିର ପକ୍ଷରୁ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ଜିନ୍ଦାବାଦ ସଂଗଠନର ସଭାପତି ଗଙ୍ଗାଧର ମାଝି ସଭାପତିତ୍ୱ କରିଥିବା ବେଳେ ଆଇନଜୀବୀ ପ୍ରତିଷ୍ଠାତା ତ୍ରିଲୋଚନ ପୁଞ୍ଜି କର୍ମଶାଳାକୁ ସଂଯୋଜନା କରିଥିଲେ । ଭାରତୀୟ ସମ୍ବିଧାନ ଓ ମାନବ ଅଧିକାର ସମ୍ବନ୍ଧରେ ସମ୍ମାନିତ ଅତିଥି ଡ. ରାଜେଶ କୁମାର କର୍ଣ୍ଣ ରାଜନୀତି ବିଜ୍ଞାନ ବିଭାଗ ସରକାରୀ ମହିଳା ବିଦ୍ୟାଳୟ ବଲାଙ୍ଗିର, ଡ. ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର, ସାମାଜିକ କର୍ମୀ ବାଳକୃଷ୍ଣ ଷାଣ୍ଡ, ନାରୀ ନେତ୍ରୀ ପାଂଚାଳି ପଧାନ, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ବିରେନ୍ଦ୍ର କୁମାର ଝାଙ୍କର, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ଆବାହକ ସତ୍ୟ ବନଛୋର, କଙ୍କଡାଯୋର ବୁଡି ଅଂଚଳ ସହାୟତା ସମିତିର ସଭାପତି ପ୍ରତାପ ବାଗ, ମଧୁ ଶବର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଭାରତୀୟ ସମ୍ବିଧାନର ମୌଳିକ ଅଧିକାର, କର୍ତ୍ତବ୍ୟ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ମାନବିକ ଅଧିକାର ସୁରକ୍ଷା ଆଇନ ୧୯୯୩ ବିଷୟରେ ଆଲୋଚନା କରାଗଲା । ଆଗାମୀ ଦିନରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ମାନବ ଅଧିକାରର ସୁରକ୍ଷା ପାଇଁ କାମ କରିବାକୁ ନିଷ୍ପତ୍ତି ନିଆଗଲା । ବିସ୍ଥାପିତ, ଆଦିବାସୀ, ଦଳିତ ପଛୁଆ ବର୍ଗ, ଗରିବ, ଶ୍ରମିକ, ଚାଷୀ, ଶିଶୁ ମହିଳାମାନଙ୍କର ମାନବ ଅଧିକାର ପାଇଁ ନ୍ୟାୟିକ ଲଢେଇ ଲଢିବା ପାଇଁ ନିଷ୍ପତ୍ତି ନିଆଗଲା । ଘରେ ଘରେ ସମ୍ବିଧାନର ବାର୍ତ୍ତା ପହଂଚାଇବାକୁ ସ୍ଥିର କରାଗଲା । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଜଳ, ଜମି, ଜଙ୍ଗଲ, ଜନ୍ତୁ, ଜନ ଉପରେ କାମ କରିବା ପାଇଁ ସ୍ଥିର କରାଗଲା । ଆସନ୍ତା ଜାନୁୟାରୀ ୧ ତାରିଖ ୨୦୨୬ ଜିନ୍ଦାବାଦ ସଂଗଠନର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ଶୋଭାଯାତ୍ରା କରାଯାଇ ମହାମହିମ ରାଷ୍ଟ୍ରପତି ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଗଲା । ଜିନ୍ଦାବାଦ ସଂଗଠନର କାର୍ଯ୍ୟକର୍ତ୍ତ ଶୁକ୍ଳ ଶବର, କ୍ଷୀର ସିନ୍ଧୁ ମାଝି, ମିଳନ ପୁଞ୍ଜି, କର୍ମକର୍ତ୍ତା ଟଚକର ମାଝି, ଦୁର୍ଯ୍ୟୋଧନ ମାଝି, ଡମ୍ବରୁ ଭରାସଗରିଆ, ଲୋଚନ ବରିହା, ଫଟୋ ଭୋଇ, ଫଗୁନୁ ଶବର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମ୍ବାଦିକ ଯୁଧିଷ୍ଠିର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.