ବିକାଶୀୟ ବିଳମ୍ବିତ ଶିଶୁମାନଙ୍କ ପାଇଁ ଖେଳାଧାରିତ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ତିନିଦିନିଆ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କମ୍ପୋଜିଟ୍ ରିଜିଅନାଲ୍ ସେଣ୍ଟର (ସିଆର୍‌ସି) ପକ୍ଷରୁ ବିକାଶୀୟ ବିଳମ୍ବିତ ଶିଶୁମାନଙ୍କ ପାଇଁ ଖେଳାଧାରିତ ଶିକ୍ଷାକୁ ପ୍ରୋତ୍ସାହନ” ପାଇଁ ତିନିଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ସ୍ୱତନ୍ତ୍ର ଶିକ୍ଷା ବିଭାଗ ସିଆର୍‌ସି ଦ୍ୱାରା ଆୟୋଜିତ ହୋଇ ଥିବାବେଳେ କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ତହସିଲଦାର ଲଗ୍ନଜିତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସିଆର୍‌ସି ନିର୍ଦ୍ଦେଶକ ଡ଼. ଗୁରବୁକ୍ଷ ଚାନ୍ଦ ଜଗୋଟା, ସୋନପୁର ଜିଲ୍ଲା ଡିଇଆଇସି ଫିଜିଓଥେରାପିଷ୍ଟ ସୋମେଶ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ଲୁସିକା ନାୟକ, ସହାୟକ ଅଧ୍ୟାପକ, ସ୍ୱତନ୍ତ୍ର ଶିକ୍ଷା ବିଭାଗ ସମନ୍ୱୟ କରୁଛନ୍ତି । ଏହି କର୍ମଶାଳାର ଲକ୍ଷ୍ୟ ହେଉଛି ବିକାଶୀୟ ବିଳମ୍ବିତ ଶିଶୁମାନଙ୍କ ପାଇଁ ଶିକ୍ଷା ଓ ହସ୍ତକ୍ଷେପ ରୂପେ ଖେଳର ଗୁରୁତ୍ୱକୁ ଉଦ୍ଧାର କରିବା । ବିଭିନ୍ନ ସେସନ୍‌ରେ ଯୋଗାଯୋଗ, ଶାରୀରିକ କୌଶଳ, ସାମାଜିକ ଏବଂ ସାମ୍ବିତ୍ତିକ କୌଶଳ ବିକାଶ ପାଇଁ ଖେଳକୁ କିପରି ଶିକ୍ଷା-ଶିକ୍ଷଣ ପ୍ରକ୍ରିୟାରେ ସମ୍ମିଳିତ କରିହେବ ତାହାରେ ଗୁରୁତ୍ୱ ଦିଆଯାଇଛି । ସିଆର୍‌ସି ବଲାଙ୍ଗିରର ସମସ୍ତ ପୁନର୍ବାସ professionalମାନେ Resource Person ଭାବରେ ସକ୍ରିୟ ଭାଗ ନେଇ, ବିଭିନ୍ନ ପୁନର୍ବାସନ ଶାଖାରେ ତାଙ୍କର ଦକ୍ଷତାକୁ ସେୟାର କରି ପ୍ରଶିକ୍ଷଣକୁ ସମୃଦ୍ଧ କରୁଛନ୍ତି ।

Leave A Reply

Your email address will not be published.