centurian jitm

ଉଦିତନଗର ସରକାରୀ ହାଇସ୍କୁଲରେ ଇ-ୱେଷ୍ଟ କର୍ମଶାଳା ଅନୁଷ୍ଠିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ହୁଲାଡ଼େକ ଏବଂ ୱାଇ.ଏମ୍‌.ଏଫ୍‌.ଆଇର ମିଳିତ ସହଯୋଗରେ ସ୍ଥାନୀୟ ଉଦିତନଗର ସରକାରୀ ହାଇସ୍କୁଲରେ ଇ-ୱେଷ୍ଟ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସମ୍ପ୍ରତି ବିଭିନ୍ନ ବର୍ଜ୍ୟବସ୍ତୁ ଆମ ପରିବେଶକୁ ପ୍ରଦୂଷିତ କରୁଛି । ଇ-ୱେଷ୍ଟ ମଧ୍ୟ ଏକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ଦିନକୁ ଦିନ ମୋବାଇଲ ଫୋନ୍‌, କମ୍ପ୍ୟୁଟର ସହ ଇଲେକ୍ଟ୍ରି ଓ ଇଲେକ୍ଟ୍ରୋନିକ୍ସ ଉପକରଣର ବ୍ୟବହାର ବୃଦ୍ଧି ପାଇ ଚାଲିଛି । ଫଳରେ ଅଚଳ କିମ୍ବା ଅବ୍ୟବହୃତ ଉପକରଣ ଗୁଡିକୁ ଏଣେତେଣେ ନ ଫୋପାଡ଼ି ସେଗୁଡିକୁ ଉପଯୁକ୍ତ ପ୍ରଣାଳୀରେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ୱାଇ.ଏମ୍‌.ଏଫ୍‌.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ୱାଗତ ଭାଷଣ ପ୍ରଦାନ ସହ ବିଷୟବସ୍ତୁ ସମ୍ପର୍କରେ ଆଲୋକପାତ କରିଥିଲେ । ଆମ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଜୀବନ ଶୈଳୀ ଆପଣାଇବାକୁ ସେ ଆହ୍ୱାନ କରିଥିଲେ । ୱାଇ.ଏମ୍‌.ଏଫ୍‌.ର ଚେୟାରମ୍ୟାନ ଇଂ. ନଳିନୀକାନ୍ତ ଧର ଏଥିରେ ଅଧ୍ୟକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଲେ ଯେ, ସାମ୍ପ୍ରତି ଇଲେକ୍ଟ୍ରିକ ଓ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟବସ୍ତୁ ଭାରତରେ ସମସ୍ୟା ଭାବେ ଉଭା ହେଉଛି । ଏଦିଗରେ ବିଭିନ୍ନ ମହଲରେ ସଚେତନତା ଜାଗ୍ରତ ହେଲେ ହିଁ ଏହାର ସମାଧାନ ବାଟ ବାହାରି ପାରିବ ବୋଲି କହିଥିଲେ । ହୁଳଡ଼େକ କମ୍ପାନୀର ରିସୋର୍ସପର୍ସନ ସୁଶ୍ରୀ ଇପ୍ସିତା ପରିଡା ପିପିଟି ଉପସ୍ଥାପନ ପୂର୍ବକ ଇ-ୱେଷ୍ଟର ସଂଜ୍ଞା, ପ୍ରକାର ଭେଦ, ବ୍ୟବହାର, ସମସ୍ୟା, ଅଚଳ ଉପକରଣର ପରିଚାଳନା ପ୍ରଭୃତି ସମ୍ପର୍କରେ ବିଷଦ ଭାବେ ବୁଝାଇଥିଲେ । ହାଇସ୍କୁଲର ଶିକ୍ଷକବୃନ୍ଦ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କର୍ମଶାଳାରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.