oom

ଇ-ୱେଷ୍ଟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଏସ.ପି.ସି.ବି. ଏବଂ ହୁଲାଡେ଼କର ମିଳିତ ଆନୁକୂଲ୍ୟରେ ଇ-ୱେଷ୍ଟ ପରିଚାଳନା ନେଇ ଏକ କର୍ମଶାଳା ଆଜି ସ୍ଥାନୀୟ ବ୍ରାହ୍ମଣୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏସ.ପି.ସି.ବି.ରାଉରକେଲା ଆଞ୍ଚଳିକ ଶାଖା ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ଼. ଅନୁପ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ ଭିତ୍ତିପ୍ରବନ୍ଧ ଉପସ୍ଥାପନା କରି ଇ-ୱେଷ୍ଟ ପରିଚାଳନା ନେଇ ରହିଥିବା ବିଭିନ୍ନ ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ । ଏଣିକି ରାଉରକେଲାରେ ଇଲେକଟ୍ରୋନିକ୍ସ ବର୍ଜ୍ୟ ବସ୍ତୁ ସମସ୍ୟା ଦୂରୀଭୁତ ପାଇଁ ପ୍ରଚଳିତ ବ୍ୟବସ୍ଥାର ସୁଯୋଗ ନେବାକୁ ସେ ସହର ବାସୀଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆର ଏସ ପି ର ପାଇବେଶ ବିଭାଗ ଜି.ଏମ ପି. ସି. ଦାସ, ରାଉରକେଲା ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଏଣ୍ଡଷ୍ଟ୍ରିର ସଭାପତି ପ୍ରଭାତ ତିବ୍ରିୱାଲ, ଲୟନ୍ସ ଇଣ୍ଟର ନେସନାଲର କାଉନସିଲ ସେକ୍ରେଟାରୀ ପ୍ରାବୀନ ଅଗ୍ରୱାଲ, ହୁଲାଡେ଼କ ରିସାକ୍ଲିଙ୍ଗ ପ୍ରାଇଭେଟ ଲିମିଟେଡ଼ର ଫାଉଣ୍ଡର ତଥା ଏମଡି ନନ୍ଦନ ମଲ୍ଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିବା ସହ ଇ – ୱେଷ୍ଟ ପରିଚାଳନାରେ ବିଭିନ୍ନ ଶିଳ୍ପ ଓ କମ୍ପାନୀ ଭୋଗୁଥିବା ସମସ୍ୟା, ସହରବାସୀଙ୍କ ସମସ୍ୟା, ଇ-ୱେଷ୍ଟ ପରିଚାଳନା ରୁଲ ୨୦୨୨ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ହୁଲାଡେ଼କର ରାଉରକେଲା ରିଜିଓନାଲ ପାର୍ଟନର ଗୌତମ ଜୟଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଇ-ୱେଷ୍ଟ କଲେକ୍ସନ ପାଇଁ ଇ-ରେକ୍ସା ପ୍ରଚଳନର ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ଏସପିସିବିର ଉପପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ, ଏ ଇ ଇ ପ୍ରିତମ କୁମାର ପତି, ଏଇଏସ ପ୍ରଜ୍ଞାଜ୍ୟୋତି ସେନାପତିଙ୍କ ସମେତ ବିଭିନ୍ନ କାରଖାନା ଓ ଖଣିର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.