ଷ୍ଟେମ ଉପକରଣ ସମ୍ବନ୍ଧରେ ଶିକ୍ଷକମାନଙ୍କ କର୍ମଶାଳା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଏସିସି ଟ୍ରଷ୍ଟ ଓ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବରଗଡ଼ ଜ଼ିଲ୍ଲାର ୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀକୁ ନେଇ କଟାପାଲି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇ ଦିନିଆଁ ଷ୍ଟେମ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିପିନ ରଥ ବ୍ଲକ ଶିକ୍ଷାଧିକାରୀ ବରଗଡ଼ ଯୋଗଦାନ କରି ତାଲିମ୍ ସଂମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଏସିସି ଟ୍ରଷ୍ଟର ଏହି କାର୍ୟ୍ୟକ୍ରମକୁ ଶ୍ରୀଯୁକ୍ତ ରଥ ମଧ୍ୟ ପ୍ରଶଂସା କରିଥିଲେ । ମୋହନ ଚାନ୍ଦ ପଧାନ ମୁଖ୍ୟ ପ୍ରଶିକ୍ଷକ ଓ ବଦ୍ରୀନାଥ ବେହେରା ସହ ପ୍ରଶିକ୍ଷକ ଭାବରେ ତାଲିମ୍ କାର୍ୟ୍ୟକୁ ତୁଳାଇ ଥିଲେ । ଏହି ତାଲିମ୍ କାର୍ୟ୍ୟକ୍ରମରେ ବିଶେଷକରି ଷ୍ଟେମ ଉପକରଣର ବ୍ୟବହାର ମୋ ଶ୍ରେଣୀ ଗୃହରେ କିପରି ହେବ ତାହା ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏସିସି ଟ୍ରଷ୍ଟ ତରଫରୁ ଫିରୋଜ କୁମାର ଓ ଦୁର୍ଗେଶିଶ ମିଶ୍ର ଓ ଆମେରିକା ଇଣ୍ଡିଆନର କର୍ମକର୍ତା ଯୋଗଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ କଟାପାଲିର ଶିକ୍ଷକମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.