ସ୍ଥାୟୀ ଜୀବନ ଶୈଳୀ ପାଇଁ ପରିବେଶଗତ ଶିକ୍ଷା ଉପରେ କର୍ମଶାଳା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକସ୍ତରୀୟ ସ୍ଥାୟୀ ଜୀବନ ଶୈଳୀ ପାଇଁ ପରିବେଶଗତ ଶିକ୍ଷା ଉପରେ ଜୟପାଟଣା ସହର ସ୍ଥିତ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ଅବସରରେ ବ୍ଲକର ୨୨ଟି ଉଚ୍ଚ ବିଦ୍ୟାଳୟରୁ ସ୍ୱାସ୍ଥ୍ୟ ଓ ପରିବେଶ ସନ୍ତୁଳନ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉଦ୍‌ଘାଟନୀ ଉତ୍ସବରେ ଉମାଶଙ୍କର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ ସିଂହ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ଭାଟି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବିଆର୍‌ସିସି ସୁରେନ୍ଦ୍ର ମୋହନ ଯୋଶୀ, ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଧ୍ୟାପକ ପ୍ରତାପ ଦାସ ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ବିଡିଓ ଧର୍ମରାଜ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ତଥା ପ୍ରକୃତି ବନ୍ଧୁ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଫରେଷ୍ଟର ପାର୍ଥବ ମାଝୀ, ସାମ୍ବାଦିକ ଆଶ୍ରଫ ଅଲ୍ଲୀ, ପ୍ରଧାନ ଶିକ୍ଷକ ବିକ୍ରମ ସିଂହ ମାଝୀ ପ୍ରମୁଖ ଉଦବୋଧନ ଦେଇଥିଲେ । ଟିକଚନ୍ଦ ବାଗ ମଞ୍ଚ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.