ପାଇକମାଲ ହାଇସ୍କୁଲରେ ଯୋଗ – ବେଦାନ୍ତ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚବିଦ୍ୟାଳୟ ସଭାଗୃହରେ ଯୋଗ-ବେଦାନ୍ତ କର୍ମଶାଳା ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବିବେକାନନ୍ଦ ବିଶ୍ଵ ଚେତନା ଅଭିଯାନର ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯୋଗ, ବେଦ, ବେଦାନ୍ତ ଉପନିଷଦ ବିଷୟରେ ଅବଗତ କରାଇବା ସହ ଆନନ୍ଦମୟ ଜୀବନ ଯାପନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବିଦ୍ୟାଳୟର ୨୦୫ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଶାଳାରେ ଯୋଗଦାନ କରିଥିଲେ । ତ୍ରିଲୋଚନ ନାୟକ ଅତିଥି ପରିଚୟ ଓ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.