ଜାତୀୟ ପଂଚାୟତିରାଜ ଦିବସ ଉପଲକ୍ଷେ କୃଷକ କର୍ମଶାଳା

ମ.ରାମପୁର, (ହେମନ୍ତ ସାହୁ) : ଭାରତରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆର୍‌ଆଇ) ସୃଷ୍ଟି କରିଥିବା ସାମ୍ବିଧାନିକ ସଂଶୋଧନକୁ ପାଳନ କରିବା ପାଇଁ ୨୪ ଏପ୍ରିଲରେ ସାରା ଦେଶରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଛି । ସୁଇଚ୍‌ଅନ୍‌ ଫାଉଣ୍ଡେସନ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟ କୃଷି ବିଭାଗ, ଗ୍ରାମାଂଚଳ ଗୋଷ୍ଠୀ ସାମ୍ପ୍ରଦାୟ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତର ମିଳିତ ଉଦ୍ୟମରେ ଆଜି ସେବାଜଗତ ପ୍ରଶିକ୍ଷଣ କେନ୍ଦ୍ର ବୁରାଟଠାରେ ସୋଲାର ପମ୍ପ ହିତାଧିକାରୀଙ୍କ ସହିତ ସୋଲାର ପମ୍ପ ଗୁଡିକର ବ୍ୟବହାର ଓ ରକ୍ଷଣାବେକ୍ଷଣ ଉପରେ ଉର୍ଜାମିତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ମୁଖ୍ୟ ଅତିଥି ଭାବରେ ମ.ରାମପୁର ବ୍ଲକ କୃଷି ବିଭାଗର ବ୍ଲକ ଟେକ୍ନିକାଲ ମ୍ୟାନେଜର ଧର୍ମ ସିଂ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସେବାଜଗତର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମ.ରାମପୁର, କରଲାମୁଣ୍ଡା ଓ ନର୍ଲା ବ୍ଲକରୁ ୩୫ ଜଣ ହିତାଧିକାରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତାଲିମଦାତା ଭାବରେ ସେଲକୋ ଫାଉଣ୍ଡେସନର ମନୋଜ କୁମାର ସିଂ ଓ ଗୋବିନ୍ଦ ପ୍ରଧାନୀ ଯୋଗ ଦେଇଥିବା ବେଳେ ସୁଇଚ୍‌ଅନ୍‌ ଫାଉଣ୍ଡେସନର ପ୍ରଦୀପ କୁମାର ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.