ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କର୍ମଶାଳା

ପାଟଣାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା କମିଟିର ପୂର୍ବ ସମ୍ପାଦକ ଝାରୁ ମେହେର ମୁଖ୍ୟ ଅତିଥି, ପୂର୍ବ ସଭାପତି ନକୁଳମଣି ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିିଲେ । ପ୍ରଧାନ ଆଚାର୍ଯ୍ୟ ଓମକାରନାଥ ମେହେର, ତନ୍ମୟ ତ୍ରିପାଠୀଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ । ସେହିପରି ସ୍କୁଲ ପରିସରରେ ଜେଜେମା’ ଜେଜେବାପା ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.