oom

ପାଟଣାଗଡ଼ ପାଟଖଣ୍ଡା ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ସହ ପରିଚାଳନା କମିଟିର କର୍ମକର୍ତ୍ତା ଚୟନ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଛକ ସ୍ଥିତ ବ୍ରହ୍ମପୁରା ପାଟଖଣ୍ଡା ପ୍ରତିଷ୍ଠା ମହୋତ୍ସବ କମିଟି ପକ୍ଷରୁ ନବନିର୍ମିତ ପାଟଖଣ୍ଡା ଦେବୀଙ୍କ ଭବ୍ୟ ମନ୍ଦିରର ବିଗ୍ରହଙ୍କ ପ୍ରତିଷ୍ଠା ମହୋତ୍ସବ ଓ ନାମ ଯଜ୍ଞ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅରକ୍ଷିତ ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ପାଟଣାଗଡ଼ ସହର ତଥା ବିଭିନ୍ନ ପଡ଼ା ଏବଂ ଆଖପାଖ ଅଂଚଳରୁ ବିଶିଷ୍ଟ ସମାଜସେବୀ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ବୈଠକରେ ଯୋଗଦେଇଥିଲେ । ନବ ନିର୍ମିତ ପାଟଖଣ୍ଡା ଦେବୀଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ କିପରି ଭାବରେ କରାଯିବ ସେନେଇ ସବିଶେଷ ଆଲୋଚନା କରାଯାଇଥିଲା । ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ପରିଚାଳନା କମିଟି ସଭାପତି ଭାବେ ଅରକ୍ଷିତ ଯୋଷୀ, ସଂପାଦକ ଭାବେ ବାସୁଦେବ ପାଢ଼ୀ, ଉପସଭାପତି ଭାବେ ପ୍ରଶାନ୍ତ କୁମାର ଠାକୁର, ସହ ସଂପାଦକ ଭାବେ ଗୋବିନ୍ଦ ପାଣିଗ୍ରାହୀ, ସହ ସଂପାଦକ ଭାବେ ଗିରିଧାରୀ ଭୋଇ, ଉପସଭାପତି ଭାବେ ବିଶ୍ଵଜିତ ହୋତା ପ୍ରମୁଖ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ପ୍ରବୋଧାନନ୍ଦ ପାଣିଗ୍ରାହୀ, ବଜରଙ୍ଗ ଲାଲ ଜୈନ, ସାନନ୍ଦ କୁମାର ଠାକୁର, କରୁଣା କର ପାଣିଗ୍ରାହୀ, ଯୁଗଲାଲା ସା, ଦାରା ବୁଡେକ, ନରହରି ହୋତା, ନରସିଂହ ପୁରୋହିତ ପ୍ରମୁଖ ମନୋନୀତ ହୋଇଛନ୍ତି । ପାଣ୍ଠି ସଂଗ୍ରହ କମିଟି ଗଠନ କରାଯାଇଥିଲା । ଆସନ୍ତା ମଇ ୨୦/୫ରୁ ୨୪/୫ ପର୍ଯ୍ୟନ୍ତ ୪ ଦିନ ଧରି ପାଟଖଣ୍ଡା ଦେବୀଙ୍କ ଭବ୍ୟ ମନ୍ଦିରର ବିଗ୍ରହଙ୍କ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଅରକ୍ଷିତ ଯୋଷୀ ସଭା ପରିଚାଳନା କରିଥିବା ବେଳେ ଗିରିଧାରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.