shyamal

ନେଟ୍‌ୱର୍କ ଟାୱାର ଖୁଣ୍ଟ ଭାଙ୍ଗିଯିବାରୁ କର୍ମଚାରୀ ମୃତ

ବଡବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ମେନ୍ ରୋଡ୍ ଠାରେ ଥିବା ରୁଙ୍ଗଟା ମାଇନ୍ସ କାର୍ଯ୍ୟାଳୟରେ ଅଘଟଣ । ନେଟ୍‌ୱର୍କ ଟାୱାର ଭାଙ୍ଗି ଗଳିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନରେ ଅଫିସ ବିଲିଂ ଉପରେ ଥିବା ନେଟ୍‌ୱର୍କ ଟାୱାର ଉପରେ ଚଢ଼ି ଜଣେ କର୍ମଚାରୀ କାମ କରୁଥିଲେ । ହଠାତ ଟାୱାରଟି ଭାଙ୍ଗି ତଳକୁ ଗଳିପଡ଼ିଥିଲା । ନିକଟରେ ଥିବା ଏକ ଆଜ୍‌ବେଷ୍ଟସ୍‌ ଘର ଉପରେ ପଡିଥିଲା । ଫଳରେ ଟାୱାର କର୍ମଚାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ମୃତକ କଟକ ବାରଙ୍ଗ ଅଞ୍ଚଳର ଶଶୀଭୂଷଣ ଓଝା ବୋଲି ଜଣାପଡିଛି । ବଡ଼ବିଲ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

purusottam
Leave A Reply

Your email address will not be published.