om academy

ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ଭେଟିଲା ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ବିଜେପି ସରକାର ଆସିବା ପରେ ନୂତନ ମନ୍ତ୍ରୀମଣ୍ଡଳ ଗଠନ ହୋଇସାରିଛି । ଏଥିସହିତ ଗତକାଲି ବିଭାଗ ବଣ୍ଟନ ମଧ୍ୟ ହୋଇସାରିଛି । ଏତିକି ବେଳେ ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ(୪୮୮) ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କୁ ତଥା ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଗ୍ରାମ୍ୟଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ, ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ଭେଟି ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ସଂଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ସଂଘର ସଭାପତି ମାନସ ପୁରୋହିତ ଜଣାଇଛନ୍ତି । ସଂଘର ପ୍ରତିନିଧି ଦଳରେ ସଭାପତି ଶ୍ରୀ ପୁରୋହିତଙ୍କ ସହ ଉପସଭାପତି ସୁବିଜ୍ଞ ଗଡ଼ତ୍ୟା, ସାଧାରଣ ସଂପାଦକ ସୁଶୀଳ ପ୍ରଧାନ, କୋଷାଧ୍ୟକ୍ଷ ସତ୍ୟନାରାୟଣ ପରିଡ଼ା, କାର୍ଯ୍ୟନିର୍ବାହୀ ସଦସ୍ୟ ଆଲୋକ କୁମାର ନାୟକ, ସଦସ୍ୟ ମନୋଜ କୁମାର ପାଣିଗ୍ରାହୀ ପ୍ରମୁଖ ସାମିଲ୍‌ ଥିଲେ ।

Leave A Reply

Your email address will not be published.