ପୁଣି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ

ନୂଆପଡ଼ା, (ଅଜିତ ବେହେରା) : ଭାରତ ବର୍ଷରୁ ଦାଦନ ସମସ୍ୟାକୁ ରୋକିବା ପାଇଁ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ୨ ଫେବୃୟାରୀ ୨୦୦୬ ମସିହାରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଆଜିଯାଏଁ ଏହା କାର୍ଯ୍ୟକାରୀ ଥିବା ସତ୍ୱେ ଦାଦନ ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ବିଫଳ ହେବାର କାରଣ ହେଲା ପ୍ରକୃତ ଶ୍ରମିକ କାମ ପାଉନାହାନ୍ତି ଓ କିଛି କାମ ଆରମ୍ଭ ନ ହୋଇକି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବାର ଦେଖିବାକୁ ମିଳୁଛି । କାର୍ଯ୍ୟ ନ ହୋଇ କି ଲକ୍ଷ ଲକ୍ଷ ଟଙ୍କା ହଡ଼ପ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଲାଞ୍ଜି ପଞ୍ଚାୟତର ଉପରପିଟା ଗାଁର ତେନ୍ତୁଳି ବନ୍ଧରେ ୩ ବର୍ଷ ଭିତରେ ଗୋଟିଏ ଇଞ୍ଚ ମଧ୍ୟ ମାଟି କାମ ହୋଇନଥିବା ସତ୍ୱେ ୩ ଲକ୍ଷରୁ ଅଧିକ ଟଙ୍କା ଉଠାଣ ହୋଇ ଆତ୍ମସାତ ହୋଇଥିବା ଅଭିଯୋଗ ହେଉଛି । ଗତ ୦୪/୦୯/୨୪ ତାରିଖରେ ହୋଇଥିବା ଜନଶୁଣାଣୀ କର୍ମଶାଳାରେ ଉପର୍ପିଟା ଗାଁର କିଛି ଲୋକ ଆସି ତେନ୍ତୁଳିବନ୍ଧର ହୋଇଥିବା ଦୁର୍ନୀତି ଉପରେ ନୂଆପଡ଼ା ଜିଲ୍ଲାପାଳଙ୍କୁ ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ତେନ୍ତୁଳିବନ୍ଧ ଉନ୍ନତି କରଣ ନାଁରେ ୯ ଲକ୍ଷ ଟଙ୍କା ବିନିମୟରେ ପୋଖରୀ ଉନ୍ନତିକରଣ ୨୦୨୨ ମସିହାରେ ମାଟିକାମ କରିବାର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ଯାଏ କାର୍ଯ୍ୟ ଫଳକ ଟିଏ ନାହିଁ କି ମରାମତି ମାଟିକାମ କିଛି ଅଂଶବିଶେଷ ଦେଖାଯଉ ନାହିଁ । ଏହି କାର୍ଯ୍ୟରେ ଉପର୍ପିଟା ଗାଁର ଗାଁ ସାଥୀ, ଜିଆର୍‌ଏସ୍‌, ପିଇଓ, ବିଏଫ୍‌ଟି, ଜେଇ, ଏପିଓ , ବିଡ଼ିଓ ଓ ପିଡ଼ିଙ୍କ ଜ୍ଞାତରେ ଟଙ୍କା ହଡ଼ପ ହୋଇଥିବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ନୂଆପଡ଼ା ଜିଲ୍ଲା ଦାଦନ ବହୁଳ ଅଞ୍ଚଳ ହେବା ସତ୍ୱେ ଏଠିକାର ଶାସନ ଓ ପ୍ରଶାସନର ମିଲିଭଗତରେ କୋଟି କୋଟି ଟଙ୍କା କେବଳ କାଗଜପତ୍ର ଦ୍ଵାରା ଚଳୁ କରୁଥିବାର ଅନୁମାନ କରାଯାଉଛି ।

Leave A Reply

Your email address will not be published.