oom

କର୍ଲାମୁଣ୍ଡାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା ) : କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟ ପରିସରରେ ଆଜି ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାକୁ ଖେଳ ଶିକ୍ଷକ ପଦ୍ମନାଭ ବନଛୋର, ଥବିର ଭୋଇ, ବୈଜୟନ୍ତୀ ପୋଢ଼ ପରିଚାଳନା କରିଥିଲେ । ପୁରସ୍କାର ବିତରଣ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ସା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତହସିଲଦାର ଅରୁଣ ବର୍ଗେ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପମଣୀ ସାହୁ, ସିଆରସିସି ମଧୁସୂଦନ ଧରୁଆ ପ୍ରମୁଖ ଯୋଗ ଦେଇ ଆଜି ଦିବସର ତାପର୍ଯ୍ୟ କହିବା ସହ ଦିବ୍ୟାଙ୍ଗ ହେଲେ ମଧ୍ୟ ସେମାନଙ୍କ ପାଖରେ ଅନେକ ଆଭ୍ୟନ୍ତରୀଣ ଗୁଣ ରହିଥାଏ, ତାକୁ ଆମେ ଜାଣିବାକୁ ହେବ ବୋଲି ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଉଜ୍ଜ୍ୱଳ କୁମାର ସାହୁ ସଂଯୋଜନା କରିଥିଲେ ଓ ବିଆରଟି ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଆରର୍ଟି ପ୍ରକାଶ ବିଶ୍ୱାଳ, ଗୋଷ୍ଠୀ ଶିକ୍ଷା ବିଭାଗର କ୍ଷୀରୋଦ ବଡ଼ମାଲି, ପ୍ରଫୁଲ୍ଲ କୁମାର ପାଠୀ, ସିଆରସିସି ହେମନ୍ତ କୁମାର ନାଏକ, ସଞ୍ଜୟ କୁମାର ଦାସ, ଡିଇଓ ବୃନ୍ଦାବନ ରଣା, ରୋହିତ ସାହୁ, ଉମାକାନ୍ତ ସାହୁ, ଶିକ୍ଷକ ମନୋଜ ଦାସ, ହିମାଂଶୁ ଦାଶଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.