ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସଂକୁଳର ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳାର ଉଦ୍ଘାଟନୀ ଉତ୍ସବରେ ଅଧ୍ୟକ୍ଷ ସଂକୁଳ ପ୍ରମୁଖ ସଞ୍ଜିବ କୁମାର ମିଶ୍ର ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ବିଜେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବରେ ଯୋଗଦେଇ “ହିନ୍ଦୁ ଜୀବନ ଶୈଳୀରେ ବୈଜ୍ଞାନିକତା” ପ୍ରସଙ୍ଗ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ସମ୍ମାନିତ ଡଃ. ଛାୟାକାନ୍ତ ଷଡଙ୍ଗୀ ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ସଂକୁଳ ସଂଯୋଜକ ତଥା ଟିଟିଲାଗଡ଼ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର ଏହି ତ୍ରିଦିବସୀୟ କାର୍ଯ୍ୟଶାଳାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ ।
ଦ୍ୱିତୀୟ ଦିବସର ସନ୍ଧ୍ୟା କାଳାଂଶରେ ପ୍ରାକ୍ତନ ସଂକୁଳ ପ୍ରମୁଖ ରାଜୀବ ଲୋଚନ ପାଢୀ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ମାର୍ଗଦର୍ଶନ ଦେଇଥିଲେ । ସେହିପରି ତ୍ରିଦିବସୀୟ ଏହି କାର୍ଯ୍ୟଶାଳାର ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଦିଲ୍ଲୀପ କୁମାର ସାହୁ “ରାଷ୍ଟ୍ର ସର୍ବୋପରି” ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ । ସଂକୁଳ ସଂଯୋଜକ ଶ୍ୟାମ ସୁନ୍ଦର ମହାପାତ୍ର କାର୍ଯ୍ୟଶାଳାର ବିବରଣୀ ଉପସ୍ଥାପନ କରିଥିବା ବେଳେ ମଞ୍ଚାସୀନ ଟିଟିଲାଗଡ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତିର ସଭାପତି ଜ୍ୟୋତି ପ୍ରସାଦ ଗଡତ୍ୟା ଅଧ୍ୟକ୍ଷୀୟ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସଂପାଦକ ଅନିରୁଦ୍ଧ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଟିଟିଲାଗଡର ନବଗଠିତ ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଦକ୍ଷିଣ ପଶ୍ଚିମ ସମ୍ଭାଗ ସଂଯୋଜକ ଜିତେନ୍ଦ୍ର କୁମାର ପଣ୍ଡା ଓ ବଲାଙ୍ଗିର ବିଭାଗର ସହ ବିଭାଗ ନୀରିକ୍ଷକ ମନୋରଞ୍ଜନ କର ଉପସ୍ଥିତ ରହି ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ଉତ୍ସାହିତ କରିଥିଲେ । ନୂତନ ଶିକ୍ଷା ନୀତି ପ୍ରସଙ୍ଗ ଉପରେ ଆଧାରିତ ଏହି କାର୍ଯ୍ୟଶାଳାରେ ଟିଟିଲାଗଡ ସହିତ ବଡମାଳ, ବେଲଗାଁ, ସିନ୍ଧେକେଲା, ମୁରିବାହାଲ, ଖୋଲାଣ, କୁରସୁଡ ଓ ଯୁଗିରତା (ହଳଦୀ) ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ସମୟ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ ।