oom

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ରାଉରକେଲା ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳା ଗତ ୧୮ ତାରିଖରୁ ଆରମ୍ଭ ହୋଇ ଆଜି ସମାରୋପ ହୋଇଥିଲା । ରାଉରକେଲା ସଂକୁଳ ଅଧିନସ୍ଥ ୭ଟି ବିଦ୍ୟାମନ୍ଦିରର ଆଚାର୍ଯ୍ୟ ଓ ଗୁରୁମା ଏହି କାର୍ଯ୍ୟଶାଳାରେ ଯୋଗଦେଇଥିଲେ । ସେକ୍ଟର ୬, ଜଗଦା, ପାନପୋଷ, ରାଉରକେଲା ଟାଉନ, ଚିକିଟିଆ, ବନ୍ଧମୁଣ୍ଡା ଓ ଧରମଡିହି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୧୧୧ଜଣ ଆଚାର୍ଯ୍ୟ ଓ ଗରୁମା ଏଥିରେ ଯୋଗଦେଇ ଭାବ ବିନିମୟ ସହ କାର୍ଯ୍ୟଶାଳାର ବିଭିନ୍ନ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ । ସମାରୋପ ଉତ୍ସବରେ ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ୱ, ସେକ୍ଟର ୬ ସ୍ଥିତ ବିଦ୍ୟାମନ୍ଦିରର ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡିଶା ସଂଘ ଚାଳକ ତଥା ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ଓ ଲୋକନାଥ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ସମ୍ପାଦକ କରୁଣାକର ପାଟ୍ଟଶାଣୀ ସଂକୁଳର କାର୍ଯ୍ୟଧାରା ଓ ଏହି କାର୍ଯ୍ୟଶାଳାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଯୋଗଦେଇଥିବା ସମସ୍ତ ଆଚାର୍ଯ୍ୟ ଓ ଗୁରୁମାଙ୍କୁ ସାଧୁବାଦ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଡ଼. ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ପ୍ରଥମେ ସମସ୍ତେ ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ସହ ଚରିତ୍ର ଗଠନ, ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ । ମାତୃଭାଷାକୁ ସମ୍ମାନ ସହ ଯୋଗ ଓ ପ୍ରାଣାୟାମକୁ ମଧ୍ୟ ଗରୁତ୍ୱ ଦେବାପାଇଁ ଆହ୍ୱାନ ଦେଇଥିଲେ । ଏହାସହ ପ୍ରବନ୍ଧ ସମିତି, ଯୁବାନୁକୁଳ ପ୍ରବନ୍ଧନ ପ୍ରକ୍ରିୟାର ଦାୟିତ୍ୱବୋଧ ଉପରେ ବ୍ୟାପକ ଆଲୋଚନା କରିଥିଲେ । ଅନ୍ୟ ଅତିଥିମାନେ ବିଦ୍ୟାଭାରତୀର ଲକ୍ଷ୍ୟ, ଆଚାର୍ଯ୍ୟ ମାନଙ୍କ ମାଧ୍ୟମରେ ଛାତ୍ର ନିର୍ମାଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ସଭାପତି ଶ୍ରୀ ପଣ୍ଡା ଆମ ସମସ୍ତଙ୍କ ପାଖରେ ଥିବା ରାଷ୍ଟ୍ରଗଠନର ଆହ୍ୱାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ସେଠୀ ସ୍ୱାଗତ ସଂଗୀତ ଓ ସନ୍ଧ୍ୟାରାଣୀ ସାମନ୍ତ ମଞ୍ଚ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଉପେନ୍ଦ୍ରନାଥ ଦାସ, ଦୀନବନ୍ଧୁ ରଥ, ଦିଲେଶ୍ୱରୀ ମହନ୍ତ, ସହ ପ୍ରଧାନଚାର୍ଯ୍ୟ ଜନ୍ମଞ୍ଜୟ ସୁଆର ଓ ଅନ୍ୟ ଆଚାର୍ଯ୍ୟ ଗୁରୁମାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.