ଧାନ ବିକ୍ରୟ ଦାବୀରେ ସରକାରୀ କାର୍ଯ୍ୟାଳୟରେ ତାଲା ବନ୍ଦ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବିଭିନ୍ନ ମଣ୍ତିମାନଙ୍କରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି । ଟୋକନ ବ୍ୟବସ୍ଥା ଥାଇ ମଧ୍ୟ ଟୋକନ ଗୁଡିକ ଲେ‌ପ୍ସ ହୋଇଥିବା ଜାଣି ଚାଷୀମାନେ ଧାନ ବିକ୍ରୟ କରି ପାରୁ ନାହାନ୍ତି । ଆଜିକୁ ୧୩ ଦିନ ହେଲାଣି ପଦ୍ମପୁର ଉପ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଟ୍ରାକ୍ଟରରେ ଧାନ ରଖି ଆନ୍ଦୋଳନ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଗତ ଶନିବାର ଦିନ ପଦ୍ମପୁର ଭେଉଁରିଆ ଛକରେ ୨ ଘଣ୍ଟାଆ ରାସ୍ତାରୋଧ କରିଥିଲେ । ତଥାପି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଫଳରେ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ସୋମବାର ଦିନ ବିଭିନ୍ନ ସରକାରୀ କାର୍ୟ୍ୟାଳୟ ଗୁଡିକରେ ତଥା ଟ୍ରେଜେରୀ ଅଫିସ, ଜମି ରେଜିଷ୍ଟର ଅଫିସ, ବ୍ଲକ ଅଫିସ ଆଦି ମାନଙ୍କରେ ତାଲା ଦେଇଛନ୍ତି । ଫଳରେ ସର୍ବସାଧାରଣ ଜନତା ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଲୋକେ ସରକାରଙ୍କ ପ୍ରତି ଅତିଷ୍ଟ ହୋଇ ପଡିଥିଲେଣି । ଅନ୍ୟ ପକ୍ଷରେ ଚାଷୀମାନେ କନସିଂହା ଛକ ଠାରେ ରାସ୍ତା ଅବରୋଧ କରିବା ଫଳରେ ଯାନବାହାନ ଯାତାୟାତ ଅସୁବିଧା ସୃଷ୍ଟି ହେଉଛି । ଏହି ଆନ୍ଦୋଳନରେ ଚାଷୀ ନେତା ରମେଶ ମହାପାତ୍ର, ଅଶୋକ ସାହୁ, ବାଞ୍ଛିନିଧି ନାଏକ, ହର ବଣିଆ, ଅରଖିତ ସାହୁ, ରକ୍ଷାପାଳ ପ୍ରଧାନ, ରୋହିତ ପ୍ରଧାନ, ନେତ୍ରାନନ୍ଦ ଭିଲ, ଗଜାନନ ସାହୁଙ୍କ ସମେତ ଶହ ଶହ ଚାଷୀମାନେ ସାମିଲ ଥିଲେ ।

Leave A Reply

Your email address will not be published.