ଫିଫା ଫୁଟ୍‌ବଲ ଫର୍‌ ସ୍କୁଲ୍ସ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର : ଫିଫା ଫୁଟବଲ ଫର୍‌ ସ୍କୁଲ୍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏମ୍‌ପି ଅଚ୍ୟୁତ ସାମନ୍ତ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୧୦୦ ସ୍କୁଲ୍‌କୁ ୨୦୦୦ ଫୁଟବଲ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲାପାଳ ଆଶିଷ କୁମାର ପାଟିଲ ଓ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦକ୍ଷିଣ ଏସିଆର ୭ କୋଟି ସ୍କୁଲ ପିଲାଙ୍କୁ ଫୁଟବଲ ବାଣ୍ଟିବା ପାଇଁ କିସ୍‌ ସ୍କୁଲକୁ ନୋଡାଲ ସେଣ୍ଟର ଭାବେ ଚୟନ କରିଥିବାରୁ ଫିଫାକୁ ଏମ୍‌ପି ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ତୃଣମୂଳ ସ୍ତରରେ ଫୁଟବଲର ମାନରେ ଉନ୍ନତି ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ମହିଳା ଓ ପୁରୁଷ ବିଭାଗରେ ରାଜ୍ୟ ଫୁଟବଲ ଚାମ୍ପିୟନସିପ୍‌ କନ୍ଧମାଳ ଓ ବୌଦ୍ଧରେ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ଏମ୍‌ପି ଅଚ୍ୟୁତ ସାମନ୍ତ ଘୋଷଣା କରିଥିଲେ । ଏହି ପ୍ରସ୍ତାବ ଗ୍ରହଣ କରିଥିବାରୁ ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!