ସ୍ୱତନ୍ତ୍ର କବି କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ଘଣ୍ଟାସୁନି ସାହିତ୍ୟ ସଂସଦ ଓ ତପୋବନ ସ୍କୁଲ ଅଫ୍‌ ପଏଟ୍ରିର ମିଳିତ ସୌଜନ୍ୟରେ ଆଠଜଣ ନିମନ୍ତ୍ରିତ ବିଶିଷ୍ଟ କବିଙ୍କୁ ନେଇ ଏ ମାସର ସ୍ୱତନ୍ତ୍ର କବି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମଂଚରେ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡର ସଭାପତି ତଥା କବି ଦିଲିପ କୁମାର ପସାୟତ, ସମାଜ ପାଠକ ମଂଚ ଟିଟିଲାଗଡର ଉପସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟା, ବିଶିଷ୍ଟ କବି ପଂଚାନନ ତାଣ୍ଡି, ବୃନ୍ଦାବନ କୁମ୍ଭାର, ଅରବିନ୍ଦ ପାଣିଗ୍ରାହୀ, ତପୋବନ ପ୍ରତିଷ୍ଠାତା କବି ଗଜାନନ ମିଶ୍ର, ମାନସ ରଂଜନ ସାହୁ ଏବଂ ପ୍ରଦୀପ କୁମାର ବେହେରା କବିତା ପାଠ କରିଥିଲେ । ତପୋବନ ସ୍କୁଲ ଅଫ୍‌ ପଏଟ୍ରି ଓ ଘଣ୍ଟାସୁନି ସାହିତ୍ୟ ସଂସଦ ପକ୍ଷରୁ କବିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି କ୍ରମରେ ଅନୁଷ୍ଠାନ ଶିକ୍ଷା ସହ ସାରସ୍ୱତ କାର୍ଯ୍ୟକୁ ଯୋଡିବା ପାଇଁ ସଂକଳ୍ପ କରିଥିବାରୁ କବିଗଣ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.