ଛାତ୍ର ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀକ ସ୍ତରରେ ରୋଟାରୀ କ୍ଲବର ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ ସାମାଜିକ ପ୍ରତିବଦ୍ଧତା ଦେଖାଇ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବ୍ରାଜିଲର ଛାତ୍ରୀ ଯଶମିନ ଓରଫ ୟାୟା ଏକ ପାଠ୍ୟକ୍ରମ ବର୍ଷ ପାଇଁ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ନାମ ଲେଖାଇଛନ୍ତି । ଏଠାରେ ୟାୟାଙ୍କ ପ୍ରଥମ ଅଭିଭାବକ ଭାବେ ରୋଟାରୀଆନ ପ୍ରେଜ ବ୍ରଜେଶ ଓ ବରଖା, ଦ୍ଵିତୀୟ ଅଭିଭାବକ ଭାବେ ପିପି ରୋଟାରୀଆନ ଅବଦୁଶ ସଲାମ୍ ଓ ରୁବିନା ଅଛନ୍ତି । ୟାୟା ରାୟପୁରରୁ ଆସି ରାଉରକେଲାରେ ପହଞ୍ଚିବାପରେ ତାଙ୍କୁ ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ ସ୍ୱାଗତ କରାଯାଇଥିଲା । ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ଭାରତର ଛାତ୍ରମାନେ ବ୍ରାଜିଲ ଯାଇପାରିବେ ବୋଲି ପିପି ରୋଟାରୀଆନ ବିଶ୍ୱଜିତ ପତି ସୂଚନା ଦେଇଛନ୍ତି । ଏହି ସମସ୍ତ କାର୍ଯ୍ୟ ରୋଟାରୀଆନ ଶ୍ରୀ ପତିଙ୍କ ତତ୍ତ୍ବାବଧାନ ଓ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୧ ମାଧ୍ୟମରେ କରାଯାଉଛି । ୟାୟା ଏଠାରୁ ଭଲ ଅନୁଭୂତି ନେଇ ବ୍ରାଜିଲ ଫେରିଲେ ଏହା ଭାରତ ଓ ବ୍ରାଜିଲ ମଧ୍ୟରେ ସୁସଂପର୍କ ଦୃଢ ହେବାସହ ବିଦେଶରୁ ଅଧିକ ଛାତ୍ରଛାତ୍ରୀ ଭାରତକୁ ଆସିବାକୁ ଆଗ୍ରହୀ ହେବେ ବୋଲି କୁହାଯାଉଛି ।

Leave A Reply

Your email address will not be published.