ଦେଓଗାଁ ବ୍ଲକରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମିଶନ ଶକ୍ତି ଗୃହରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମିନତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଆର୍ଥିକ ସାକ୍ଷରତା, ଅର୍ଥନୈତିକ ଅଧିକାର ଏବଂ ସାମାଜିକ ରାଜନୈତିକ ଅଧିକାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକା, ସ୍ଵୟଂ ସହାୟକ ଦଳର ମା’, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ପିଆରଆଇ ସଭ୍ୟ, ସଭ୍ୟା, ଶିକ୍ଷକ, ଆଇସିଡ଼ିଏସର ସମସ୍ତ ସୁପରଭାଇଜର, ପିଏ ମମତା, ବିଶି ପୋଷଣ, ଏସଆରଏ, ଜେଆରଏ, ସୁଭଦ୍ରା ହେଲ୍ପଡେସ୍କ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସିକ୍ୟୁରିଟି ବିଶ୍ୱଜିତ୍ ନନ୍ଦ, ଜରାସିଂହା ବିଡିସିସି ବ୍ୟାଙ୍କ୍ ଶାଖା ପରିଚାଳକ ରଞ୍ଜନ ମିଶ୍ର, ଓକିଲ ମନୋଜ ଦୀପ ଯୋଗ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ବଲାଙ୍ଗିର ଜ୍ୟୋତିର୍ମୟୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । କର୍ମଶାଳାରେ ଆର୍ଥିକ ସାକ୍ଷରତା, ସଶକ୍ତି କରଣ, ବ୍ୟାଙ୍କ ପରିଚାଳନା, ସଞ୍ଚୟ ସୁକନ୍ୟା ସମୃଦ୍ଧି, ମହିଳା ମାନଙ୍କର ଆର୍ଥିକ ଅଧିକାରୀ, ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନା, ସାମାଜିକ, ରାଜନୈତିକ ଅଧିକାର ସମ୍ପର୍କରେ ବିଶଦ ଭାବରେ ଆଲୋଚନା ହୋଇଥିଲା ୩ଜଣ ମା’ ମହିଳା ସଶକ୍ତିକରଣ ଉପରେ ମତାମତ ରଖିଥିଲେ । ଶେଷରେ ଅନିତା ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.