ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ସାମୁହିକ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ ଭୂଷଣ ରାୟଙ୍କ ତତ୍ୱାବଧାନରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ସାମୁହିକ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ ସଂଗ୍ରାମୀ ମଣ୍ଡପ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ବାଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷା ଅହଲ୍ୟା ସାହୁ ମୁଖ୍ୟ ଅତିଥି, ଉପାଧ୍ୟକ୍ଷ ମକରଧ୍ଵଜ ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହେଶ୍ୱର ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ବନ୍ଦେ ମାତରଂ ଗାନରେ ଅଂଶ ଗ୍ରହଣ କରିଥିଲେ । ପ୍ରଶିକ୍ଷକ ଅମ୍ଲାନ କୁମାର ପାଣ୍ଡିଆ, ଅଧ୍ୟାପକ ଡ଼. ଲକ୍ଷ୍ମଣ ଭୋଇ ବନ୍ଦେ ମାତରଂ ଗାନ କରାଇଥିଲେ । କନିଷ୍ଠ ଓ ବରିଷ୍ଠ ବର୍ଗରେ ଦଳଗତ ସଂଗୀତ, ବକ୍ତୃତା, ପ୍ରବନ୍ଧ ଲିଖନ ପରି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପ୍ରଶିକ୍ଷକ ସୁଧୀର ଗଡତିଆ ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକର ୧୫ଟି କ୍ଲଷ୍ଟରରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ, ସିଆର୍‌ସିସି, ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.