ଯୋଗୀସର୍ଡାରେ “ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗୀସର୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସଭା ‘ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସୁରେଶ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହରିହର ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଡୋଳାମଣି ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଜୁଳି ପଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବାଦିବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲାରସେନ ସାହୁ ଓ ସମ୍ମାନିତ ଅତିଥି ଭାବେ ଜବଦୁ ପଧାନ, ବ୍ରଜକିଶୋର ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଅଧାରୁ ପାଠ ଛାଡୁଥିବା ବା ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ଆଇଟିଆଇ ଭଳି ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇ ଉପକୃତ ହୋଇ ପାରିବା ସହିତ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ବୈଠକରେ ଅତିଥି ଗଣ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଆଶା ତଥା ଅଙ୍ଗନବାଡ଼ି କର୍ମୀ, ୱାର୍ଡସଭ୍ୟ, ସ୍ୱେଚ୍ଛାସେବୀ ଯୋଗଦେଇ ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ନନ୍ଦିନୀ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.