ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ପକ୍ଷରୁ ନିଆରା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ପାର୍ବତୀ ଗିରି ଆଶ୍ରମ ଓ ଆଶ୍ରା ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ବିଭିନ୍ନ ଉପକରଣ ଯଥା:- ଶୀତ ବସ୍ତ୍ର, କ୍ରୀଡା ସାମଗ୍ରୀ, ପୋଷାକ, ବିଭିନ୍ନ ଖାଦ୍ୟ ସାମଗ୍ରୀ, ଖାତା, ପୁସ୍ତକ, ନିତ୍ୟ ବ୍ୟବାହର ସାମଗ୍ରୀ ଇତ୍ୟାଦି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାରର ବିଶ୍ୱଜିତ ବେହେରା, କାର୍ଯ୍ୟକ୍ରମ ଅଧିକାରୀ ଦୀପ୍ତିମୟୀ ନାଏକ, ବଲାଙ୍ଗିର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସମନ୍ୱୟକାରୀ ଅଫିସର ଡକ୍ଟର ପ୍ରିୟଙ୍କା ଚକ୍ରବର୍ତ୍ତୀ ଓ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ସୁମନ କୁମାର ନନ୍ଦ, ମନୀଷ ସା, ଜ୍ୟୋତି ରଂଜନ ଦନ୍ତା, ଶ୍ରୀତମ ମିଶ୍ର, ବାବୁଲ ବିଭାର, ନେପାଳ ଧରୁଆ, ରୋଶନ କୁମାର ଦାସ, ଟିକେଶ୍ୱର୍ ପୋଢ଼, ସୋନାଲି ସେଠୀ, ରିଙ୍କି କରନ, ତୁଳସୀ ସା, ଜ୍ୟୋତିର୍ମୟୀ ମୁଦୁଲି, ଦିବ୍ୟଜ୍ୟୋତି ନାଗ, ରିମି ମେହେର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.