centurian jitm

ପଣା ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ପ୍ରଭାବତୀ ପବ୍ଲିକ ସ୍କୁଲରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରଭାବତୀ ପବ୍ଲିକ ସ୍କୁଲରେ ପାରମ୍ପରିକ ଓ ସାମାଜିକ ମୂଲ୍ୟବୋଧ ସହିତ ଧୁମ୍‌ଧାମ୍‌ରେ ପଣା ସଂକ୍ରାନ୍ତି ପାଳନ କରାଯାଇଛି । ଏହି ଦିନଟି ଓଡ଼ିଆ ନବବର୍ଷର ପ୍ରାରମ୍ଭ ହିସାବରେ ବିବେଚନା କରାଯାଏ । ତେଣୁ ଆଜିର ଦିନରେ ପଣା ସହିତ ପଣା ସଂକ୍ରାନ୍ତିର ମହତ୍ତ୍ଵ ବିଷୟରେ ବିଦ୍ୟାଳୟର ଶିକ୍ଷକ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଆଲୋକପାତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ହନୁମାନ ଚାଳିଶା ପଠନ କରିବା ସହ ବିଷୁବ ସଂକ୍ରାନ୍ତି କ’ଣ ସେ ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା । ପଣା ସଂକ୍ରାନ୍ତି ସହିତ ଭାରତର ସମ୍ବିଧାନ ନିର୍ମାତା ଡ. ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡ. ଆମ୍ବେଦକରଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯାଇ ଆମ୍ବେଦକରଙ୍କ ଜୀବନୀ, ତାଙ୍କ ସଂଘର୍ଷର କାହାଣୀ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିଥିଲେ ଉପାଧ୍ୟକ୍ଷ ପିତାମ୍ବର ଶର୍ମା । କାର୍ଯ୍ୟକ୍ରମର ସଂଯୋଜକ ସୁରେନ୍ଦ୍ର ଦାସ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ତୁଷାର ରଞ୍ଜନ ଦାସ, ଅନୁପମା ଚୌଧୁରୀ, ଉଦୟନାଥ ମହାପାତ୍ର, ବନମାଳୀ ପଣ୍ଡା, ସୁଚିତା ମିଶ୍ର, ଚିତ୍ତରଞ୍ଜନ ଚାନ୍ଦ ଏବଂ ପ୍ରଦ୍ୟୁମ୍ନ ମିଶ୍ର । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପଣା ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.