oom

ହୁମାନିଟି ଫାଉଣ୍ଡେସନ ତରଫରୁ ଏକ ନିଆର କାର୍ଯ୍ୟକର୍ମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ହୁମାନିଟି ଫାଉଣ୍ଡେସନ ଏକ ନିଆରା କାର୍ଯ୍ୟ କରିଛି । ସମସ୍ତ ସଦସ୍ୟ ସଦସ୍ୟା ମାନେ ରାଉରକେଲା ସ୍ପେସିଆଲ୍‌ ଜେଲ୍‌କୁ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ଜେଲ୍‌ରେ ରହୁଥିବା ଅନ୍ତେବାସୀଙ୍କ ସୁଖଦୁଃଖ କଥା ବୁଝିଥିଲେ । ବିଚାରାଧୀନ ମହିଳା ମାନଙ୍କୁ କିଛି କମ୍ବଳ ଓ ବସ୍ତ୍ର ଏବଂ ଏକ ଦୁଇ ମାସର ଶିଶୁକୁ ନୂତନ ବସ୍ତ୍ର ଓ କିଛି ଖାଦ୍ୟ ସାମଗ୍ରୀ ଦିଆଯାଇଥିଲା । ଏକ ଗର୍ଭବତୀ ମହିଳାଙ୍କୁ ଫଳମୂଳ ଓ କିଛି ଭିଟାମିନ ଦେଇ କାର୍ଯ୍ୟକର୍ମଟି ବହୁ ଆଡମ୍ବରରେ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ଜେଲ୍ ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡାଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା । ଏଥିରେ ହୁମାନିଟି ଫାଉଣ୍ଡେସନର ସଭାପତି ଦୀପ୍ତି ସୁନ୍ଦରାୟ, ଉପ ସଭାପତି କାର୍ତ୍ତିକ ରାଉତ, ସମ୍ପାଦିକା ଲିନା ତ୍ରିପାଠୀ, ସହ ସମ୍ପାଦିକା ସୁଭଲକ୍ଷ୍ମୀ ପାତ୍ର, ଗରିମା ପତ୍ରୀ, ରୁନୁ ରାଉତ, ଅନୁପମା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, ସସ୍ମିତା ପାତ୍ର, ରଶ୍ମିତା ବିଶୋଇ, ପ୍ରିୟଙ୍କା ପାଣି, ଶଶିଲତା କର, ଚିରଞ୍ଜିବୀ ବୁଡୁକ୍, ଅଶ୍ଵିନୀ କିସାନ ଓ ବିଜୟ ସୁନ୍ଦରାୟ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.