ଦ ବିଗେଷ୍ଟ ମେକ୍‌ଅପ୍‌ କାର୍ନିଭାଲ ୨୦୨୫ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରୁଗୁଡିପଡା ସ୍ଥିତ ହୋଟେଲ ପାର୍କଲାଣ୍ଡରେ ଦ ବିଗେଷ୍ଟ ମେକ୍‌ଅପ୍‌ କାର୍ନିଭାଲ ୨୦୨୫ କାର୍ଯ୍ୟକ୍ରମକୁ ମୀନତି ସାହୁ ଓ ଇତି ଘିବେଲା ଆୟୋଜିତ କରିଥିଲେ । ଆଇବିସି ବଲାଙ୍ଗିର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ମେକ୍‌ଅପ୍‌ ଆର୍ଟିଷ୍ଟ ୟେଶା ସିଂ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବଲାଙ୍ଗିର ଜିଲ୍ଲା ତଥା ସମଗ୍ର ପଶ୍ଚିମାଞ୍ଚଳର ମେକ୍‌ଅପ୍‌ ଆର୍ଟିଷ୍ଟ ମାନେ ତାଙ୍କର ପ୍ରତିଯୋଗୀଙ୍କୁ ସଜାଇ ରେମ୍ପ ୱାକ ସୋ’ ପାଇଁ ଆଣିଥିଲେ । ମୁଖ୍ୟ ଅତିଥିଙ୍କ କାର୍ଯ୍ୟକ୍ରମ ଉଦ୍‌ଘାଟନ ପରେ ରେମ୍ପୱାକ ସୋ’ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରତିଯୋଗୀ ମାନେ ଅତି ସୁନ୍ଦର ଭାବରେ ତାଙ୍କର କଳା ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଯୁବପିଢିଙ୍କ ପାଇଁ ଫେସନ ଡିଜାଇନ ରୋଜଗାରର ମାଧ୍ୟମ ସାଜିଛି । ବିଶେଷ କରି ମହିଳା ମାନେ ମେକ୍‌ଅପ୍‌ ଆର୍ଟିଷ୍ଟ ଭାବରେ କାମ କରି ସ୍ୱାବଲମ୍ବୀ ହୋଇପାରୁଛନ୍ତି । ତେଣୁକରି ଏଭଳି ଏକ କାର୍ଯ୍ୟକ୍ରମ ବଲାଙ୍ଗିର ସହରରେ ଆୟୋଜିତ ହେବା ମେକ୍‌ଅପ୍‌ ଆର୍ଟ କ୍ଷେତ୍ରରେ ଭବିଷ୍ୟତ ଗଠନ କରିବାକୁ ଚାହୁଁଥିବା ଯୁବପିଢିଙ୍କ ପାଇଁ ଏକ ସୁଯୋଗ ବୋଲି ଆୟୋଜକ ଇତି ଘିବେଲା ମତପ୍ରକାଶ କରିଥିଲେ ।

Leave A Reply

Your email address will not be published.