ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟ ଯୁବ ମହୋତ୍ସବ ୨୦୨୫ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ସୋନପୁର ଡ଼. ସୌମ୍ୟା ରୁପା ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିବିଧତା ସହ ଏକତାକୁ ବାନ୍ଧି ରଖିବା ଯୁବ ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁର ପ୍ରତିନିଧି କୃପାସିନ୍ଧୁ ସା ଯୋଗ ଦେଇ ଏହା ମାଧ୍ୟମରେ ଯୁବକ ଯୁବତୀମାନଙ୍କର ପ୍ରତିଭା ବିକଶିତ ହୋଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୬ଟି ବ୍ଲକର ୭୫ଜଣ ପ୍ରତିଯୋଗୀ ଯୋଗ ଦେଇ ଦଳଗତ ଲୋକନୃତ୍ୟ, ଲୋକ ସଙ୍ଗୀତ, ଏକକ ଲୋକନୃତ୍ୟ, ଲୋକ ସଙ୍ଗୀତ, ପଦ୍ୟ, ଗଳ୍ପଲିଖନ, ଚିତ୍ରକଳା ଏବଂ ଔପଚାରିକ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ । ୧୫ବର୍ଷରୁ ଅଧିକ ୨୯ବର୍ଷରୁ କମ୍ ଯୁବ ପ୍ରତିଯୋଗୀ ମାନେ ଭାଗ ନେଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଦଳଗତ ଲୋକନୃତ୍ୟ ପ୍ରତିଯୋଗିତାରେ ସରକାରୀ ପୋଲିଟେକନିକ ସୁବର୍ଣ୍ଣପୁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏକକ ଲୋକ ନୃତ୍ୟରେ ନିରୁପମା ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଦଳଗତ ଲୋକ ସଙ୍ଗୀତରେ ସରକାରୀ ପୋଲିଟେକନିକ ସୁବର୍ଣ୍ଣପୁର ପ୍ରଥମ, ରୁମକୁ ଝୁମାନା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଲୋକ ସଙ୍ଗୀତ ଏକକ ପ୍ରତିଯୋଗିତାରେ ଶ୍ରୀୟା ଦାସ ପ୍ରଥମ, ଶ୍ରୀୟା ସା ଦ୍ୱିତୀୟ ଓ ଯୁକ୍ତାମୟୀ ଭୁଏ ତୃତୀୟ ସ୍ଥାନ ଅଧିକାର କରିଥିଲେ । କବିତା ରଚନାରେ ଉତ୍କଳିକା ମିଶ୍ର ପ୍ରଥମ, ଋତୁରାଜ ପଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଗଳ୍ପ ଲିଖନ ହିନ୍ଦୀ ପ୍ରତିଯୋଗିତାରେ ମିତ୍ରଭାନୁ ପଧାନ ପ୍ରଥମ, କିଶୋର ଚନ୍ଦ୍ର ନାଏକ ଦ୍ଵିତୀୟ, ରିଷଭ ଗୁପ୍ତା ତୃତୀୟ ଏବଂ ଗଳ୍ପ ଲିଖନ ଇଂରାଜୀ ପ୍ରତିଯୋଗିତାରେ ପ୍ରଭାଶିଷ ପଧାନ ପ୍ରଥମ, ବିଦ୍ୟାଜ୍ୟୋତି କର୍ଣ୍ଣ ଦ୍ଵିତୀୟ, ଚିତ୍ରକଳାରେ ଶୁଭମ ସାହୁ ପ୍ରଥମ, ଉଗ୍ରେସନ ରଣା ଦ୍ଵିତୀୟ ଓ ମୌସମ କୁମାର ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଡିକ୍ଲାମେସନ ଇଂରାଜୀରେ ସାଂକେତିକ ପଣ୍ଡା ପ୍ରଥମ ଓ ସୃଷ୍ଟି ମିଶ୍ର ଦ୍ଵିତୀୟ ସେହିପରି ହିନ୍ଦୀ ଡିକ୍ଲାମେସନ ପ୍ରତିଯୋଗିତାରେ ସତ୍ୟନାରାୟଣ ଭୋଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲାସ୍ତରୀୟ ବିଜେତା ମାନେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଭାଗ ନେବେ ବୋଲି ଜଣାପଡିଛି। ବିଭିନ୍ନ ପ୍ରତିଯୋଗିତାରେ ଅମ୍ବୁଜ ବିହାରୀ ଶତପଥି, ଶାଶ୍ୱତ କୁମାର ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପ୍ରଦ୍ୟୁମ୍ନ ସାହୁ, କୃଷ୍ଣଚନ୍ଦ୍ର ସେନ୍ଦେରିଆ, ବାସୁଦେବ ନାଏକ, ଚୌଧୁରୀ ବିଭାର, କୃଷ୍ଣଚନ୍ଦ୍ର ପଣ୍ଡା, ହେମନ୍ତ ଦାସ, ଲକ୍ଷ୍ମୀ ନାରାୟଣ ସାହୁ, ଚନ୍ଦ୍ରଶେଖର ମହାପାତ୍ର, ପ୍ରଜ୍ଞା ପରମିତା ମିଶ୍ର, ପୁରୁଷୋତ୍ତମ ସାହୁ, ଜିତେନ୍ଦ୍ର ପରଡିଆ, ଦୁର୍ଯ୍ୟୋଧନ ମେହେର, ଶ୍ୟାମ ସୁନ୍ଦର ମେହେର ଓ ସୁରେନ୍ଦ୍ର ମେହେର ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

jittmm
Leave A Reply

Your email address will not be published.