oom

ସୀମାନ୍ତ ଝାରବନ୍ଧ ବ୍ଲକରେ ‘ଚା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିକଶିତ ରାଷ୍ଟ୍ର ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା କରିବାର ଉଦ୍ଦେଶ୍ୟ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଝାରବନ୍ଧର ଚାନ୍ଦିନୀ ଚୌକଠାରେ “ଚା ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ ନେତା ଡା. ରାମକୃଷ୍ଣ ପୁରୋହିତ ଓ ବିଜେପି ମୁଖପାତ୍ର ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ । କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଓ ଦେଶର ସଂସ୍କାରମୂଳକ କାର୍ଯ୍ୟ ବିଷୟରେ ଜନସାଧାରଣ ଓ ବୁଦ୍ଧିଜୀବିମାନଙ୍କ ସମ୍ମୁଖରେ ବାର୍ତ୍ତା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଲୋକସଭା ସାଂସଦ ପ୍ରତିନିଧି ହରିହର ସାହୁ, ଲମ୍ବୋଦର ପଣ୍ଡା, ଦୁର୍ଗାପ୍ରସାଦ ଅଗ୍ରୱାଲ, ସତ୍ୟନାରାୟଣ ବେହେରା, ମାନଭଞ୍ଜନ ମିର୍ଦ୍ଧା, ସାମନ୍ତ ଶେଖର ମୁନ୍ନା, ଯୋଗେନ୍ଦ୍ର ଭୋଇ, ବିକାଶ ଅଗ୍ରୱାଲ, ସତ୍ୟମ ପ୍ରଧାନ, ସତ୍ୟଭୂଷଣ ସାହୁ, ଚିନ୍ତାମଣି ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ଓ ମହିଳା ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.