ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟରେ ‘ନୂଆ-ଓ’ର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ ଜୟପାଟଣାଠାରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅବସରରେ ଉତ୍କଳୀୟ ପରମ୍ପରାର ପୁନଃଜାଗରଣ ତଥା ଓଡ଼ିଆ ସାହିତ୍ୟକୁ ସୁଦୂର ପ୍ରସାରୀ କରିବାର ମହତ୍ ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ପାଇଁ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରବନ୍ଧ, ବକୃତା, ଗୀତ, କବିତା ପଠନ, କୁଇଜ୍, ଲୋକ ନୃତ୍ୟ, ଜଗନ୍ନାଥ ସଂସ୍କୃତି ଉପରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଆୟୋଜିତ ସମାରୋହରେ ଅଧ୍ୟାପକ ବିଧାନ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ସମାଜସେବୀ ଶୈଳେନ୍ଦ୍ର ରାଜ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଭାବର ଦେବତାଙ୍କ ପ୍ରତି ସମର୍ପିତ ଭାବନା ନୂଆ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଘୁମୁରା ଗୁରୁ ତୀର୍ଥରାଜ ଦଳପତି, ଅଧ୍ୟାପକ ଶ୍ରବଣ ଗୁପ୍ତ, ସାମ୍ବାଦିକ ପ୍ରାଣରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ମାନସ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ସାକେତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.