ତୁଷୁରା କ୍ଲଷ୍ଟରର ଏଫ୍‌ଏଲ୍‌ଏନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍‌ଏସି କ୍ଲଷ୍ଟରର ଜି୨୦ ଅନ୍ତର୍ଗତ ଏଜୁକେସନ୍ ଓ୍ଵାର୍କିଂ ଗ୍ରୁପର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ନୋଡାଲ୍ ହାଇସ୍କୁଲଠାରେ ସିଆର୍‌ସିସି ଜଗମୋହନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସିଆର୍‌ସିସି ଶ୍ରୀ ତ୍ରିପାଠୀ କାର୍ଯ୍ୟକ୍ରମ ସଂପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମାଳୟା ଗୁରୁ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ବିଦ୍ୟୁତ ଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ, ସୁମନ୍ତ ନନ୍ଦ, ଉମାକାନ୍ତ ବଗର୍ତ୍ତି, ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ରାଜକୁମାର କାଲସାଏ, ଚନ୍ଦ୍ରଧ୍ଵଜ ମେହେର, ଶ୍ରୀମତୀ ଗିତାଞ୍ଜଳି ପ୍ରଧାନ ତଥା ସମସ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.