ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଅବସରରେ ଦେଓଗାଁ ମାରୱାଡ଼ି ମହିଳା ସମିତି ଶାଖା ପକ୍ଷରୁ ଜାତୀୟ ରାଜପଥ ୨୬ର ଦେଓଗାଁ ଏଟିଏମ୍ ଛକରେ ସରବତ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ଶାଖାର ସମସ୍ତ ସଦସ୍ୟା ଏକତ୍ରିତ ହୋଇ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କୁ ସରବତ୍ ପାଣି ବଣ୍ଟନ କରି ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଖରାରେ ନ ବୁଲି ଘରେ ରହି କାମ କରିବାକୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଶାଖାର ସଭାନେତ୍ରୀ ଅଞ୍ଜୁ ଅଗ୍ରୱାଲ, ସମ୍ପାଦିକା ସବିତା ଅଗ୍ରୱାଲ, ରେଣୁ ଅଗ୍ରୱାଲ, ମଞ୍ଜୁ ଅଗ୍ରୱାଲ, ଖୁସୁବୁ ଅଗ୍ରୱାଲ, ଟିଙ୍କି ଅଗ୍ରୱାଲ, ମିତା ଅଗ୍ରୱାଲ, ନିଶା ଅଗ୍ରୱାଲ, ଅନିତା ଅଗ୍ରୱାଲ, ତିନା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଦେଓଗାଁ ଡାକବଙ୍ଗଳାରେ ବଙ୍ଗଳାବାସୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ଏଥିରେ ଗାୟକ ଭାବେ ରୋଜି ସାହୁ(ମୁରସିଂ) ଦାୟିତ୍ୱ ନେଇଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଟିକେଶ୍ୱରୀ ପୋଢ଼(ବହଲି) । ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ପଣ୍ଡିତ ବାଳକୃଷ୍ଣ କର ଦାୟିତ୍ୱ ନେଇଥିବା ବେଳେ କର୍ତ୍ତା ଭାବେ ଗିରିଶ ସାହୁ ଓ ତାଙ୍କ ପତ୍ନୀ ଲବଙ୍ଗ ସାହୁ ଦାୟିତ୍ୱ ନେଇଥିଲେ । ସେହିପରି କୁତୁର୍ଲା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ ଶ୍ରୀମତୀ ହରପାଲଙ୍କ ତତ୍ୱାବଧାନରେ ସରବତ୍ ବଣ୍ଟନ କରାଯାଇଥିଲା । ରାସ୍ତାରେ ଯାଉଥିବା ସମସ୍ତ ପଥିକଙ୍କୁ ସରବତ୍ ଦେଇ ଅଂଶୁଘାତରୁ କିପରି ରକ୍ଷା ପାଇପାରିବେ ସେଥି ପ୍ରତି ସଚେତନ କରି ଆପ୍ୟାୟିତ କରିଥିଲେ । ଏଥିରେ ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ ଓ ପଞ୍ଚାୟତ କର୍ମକର୍ତ୍ତା ସହଯୋଗ କରିଥିଲେ ।