centurian jitm

ସମନ୍ୱିତ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ

nschool

ଲୋଇସିଂହା, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଅଧୀନରେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସ୍ଥାନୀୟ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଓ ଦୁମଦୁମି ସ୍ଥିତ ଆଶ୍ରମ ସ୍କୁଲରେ ଏକ ସମନ୍ୱିତ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା. ଶେଖର ପଧାନଙ୍କ ତତ୍ୱାବଧାନରେ ଜନସ୍ୱାସ୍ଥ୍ୟ ଅଧିକାରୀ ରମେଶ ସାହୁ ଏବଂ ଡା. ସଂଜୀବ କୁମାର ବିଶ୍ୱାଳ ସାଧାରଣ ସ୍ୱାସ୍ଥ୍ୟ ଉପରେ ରକ୍ତହୀନତାର ପ୍ରଭାବ ଉପରେ ଉପସ୍ଥିତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏହି ସ୍ଵାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ଉଭୟ ବିଦ୍ୟାଳୟର ଅନ୍ତେବାସୀଙ୍କ ରକ୍ତହୀନତା ତଥା ରକ୍ତ ଶିକୁଳି ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ଡ଼ା. ମହାଶ୍ଵେତା ପଣ୍ଡା, ଡ଼ା. ଶୁଭେନ୍ଦୁ ପଧାନ, ଡ଼ା. ଯଶୋବନ୍ତ ପାଢ଼ୀ, ଡ଼ା. ରଶ୍ମିମଞ୍ଜରୀ ପଧାନ, ପୂର୍ଣ୍ଣଚନ୍ଦ୍ର ଗୌଡ଼ ତଥା ସ୍ୱାସ୍ଥ୍ୟ କର୍ମଚାରୀ ଓ ଆଶାକର୍ମୀ ସହଯୋଗ କରିଥିଲେ ।

Leave A Reply

Your email address will not be published.