ls

ମହାଶକ୍ତି ଫାଉଣ୍ଡେସନ ତରଫରୁ ଷଷ୍ଠ ପର୍ଯ୍ୟାୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

sb

ମ. ରାମପୁର, (ହେମନ୍ତ ସାହୁ) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକର ଉର୍ଲାଦାନି, ଦୁଡ଼ୁକାରଞ୍ଜା ଓ ବ।ରବନ୍ଧା ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟାମାନଙ୍କ ତାଲିମର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆୟୋଜକ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଯୋଗ ଦେଇ ତିନୋଟି ଗ୍ରାମ ପଞ୍ଚାୟତର ୩୨ ଜଣ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ଏବଂ ନିଜ ନିଜ ୱାର୍ଡ ଓ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ଧ୍ୟାନ ଦେବେ ବୋଲି ସେ କହିଥିଲେ । ମୁଖ୍ୟ ଅତିଥି ତାଳିମାରଥିମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ତାଲିମଦାତା ଭାବେ ସଞ୍ଜୀବ ଶତପଥୀ ଓ କୀର୍ତ୍ତନ ନାଏକ ତିନି ଦିନ ଧରି ତାଲିମ ପ୍ରଦାନ କରିଥିଲେ । ମହାଶକ୍ତି ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ସଭାପତିତ୍ୱ କରିବା ସହିତ ଟ୍ରେନିଂ ପରିଚାଳନା କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମମିତ। ପୁଝାରୀ, ପୂର୍ଣ୍ଣମୀ ବଗର୍ତ୍ତୀ ଓ ବଂଶୀଧର ରଣା ପ୍ରମୁଖ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.