ମାଲକାନଗିରି : ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ଆୟୋଜିତ ଯୁବ ମହୋତ୍ସବରେ ଯୋଗ ଦେବା ପାଇଁ ମାଲକାନଗିରି ଜିଲ୍ଲାର ୨୦ ଜଣ ଆଦିବାସୀ ଯୁବକ ଯୁବତୀଙ୍କୁ ବିଏସ୍ଏଫ୍ ପକ୍ଷରୁ ପଠାଯାଇଛି । ମାଲକାନଗିରି ଠାରେ ଆୟୋଜିତ ଏକ ସମାରୋହରେ ବିଏସ୍ଏଫ୍ କମାଣ୍ଡାଣ୍ଟ ଆଇ ଏଚ ଖାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ୧୫ ଜଣ ଯୁବକ ଏବଂ ୫ ଜଣ ଯୁବତୀଙ୍କୁ ଯୁବ ବିନିମୟ କାର୍ଯ୍ୟକ୍ରମକୁ ପଠାଯାଇଛି । ମାଲକାନଗିରି ଜିଲ୍ଲାର ମୋଟ ୨୦ ଜଣ ପ୍ରାର୍ଥୀ ଯେଉଁମାନେ ମାଲକାନଗିରି ଜିଲ୍ଲାର ଦୁର୍ଗମ ଦୂରଦୂରାନ୍ତ ଗ୍ରାମରୁ ଆସିଛନ୍ତି । ୨ ଜଣ ବିଏସଏଫ୍ ଅଧିକାରୀ ସେମାନଙ୍କ ସହିତ ଏସକର୍ଟ ଭାବରେ ଯାଇଛନ୍ତି । ଏହି ଭ୍ରମଣ ସମୟରେ ପ୍ରାର୍ଥୀମାନେ ହାଇଦ୍ରାବାଦ ଠାରେ ୨୧ ତାରିଖରୁ ୨୭ ପର୍ଯ୍ୟନ୍ତ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ ବୋଲି ଜଣାପଡିଛି ।