ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଶିବ ଧ୍ଵଜା ଉତ୍ତୋଳନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନମାନଙ୍କରେ ଶିବ ଧ୍ଵଜା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ବିଶେଷ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଅନେକ ଈଶ୍ୱରୀୟ ପ୍ରେମୀ, ଜ୍ଞାନୀ, ଗୁଣୀ ବିଶେଷଜ୍ଞ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ତଥା ବହୁଜନସାଧାରଣ ଯୋଗ ଦେଇଥିଲେ । ନିରାକାର ପରମାତ୍ମା ଶିବ ନିକଟ ଭବିଷ୍ୟତରେ ସାକାର ରୂପରେ ସତ୍ୟଯୁଗୀ ଦୈବୀ ଦୁନିଆର ସ୍ଥାପନା କରିବାକୁ ଧରାବତରଣ କରିବାକୁ ଯାଉଛନ୍ତି ଏବଂ ସମସ୍ତ ଆତ୍ମାମାନଙ୍କୁ ନରରୁ ଶ୍ରେଷ୍ଠାଚାରୀ ନାରାୟଣ ଓ ନାରୀରୁ ଲକ୍ଷ୍ମୀ ବନାଇବାକୁ ରାଜଯୋଗ ଏବଂ ଗୀତା ଜ୍ଞାନ ଶିକ୍ଷ୍ୟା ଦେଉଛନ୍ତି । ଏହି ଶୁଭ ସନ୍ଦେଶ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଶାନ୍ତି ଯାତ୍ରାର ଉଦ୍ଦେଶ୍ୟ ଥିଲା । ଏହିଭଳି ସପ୍ତାହବ୍ୟାପୀ ବିଭିନ୍ନ ସ୍ଥାନର କାର୍ଯ୍ୟସୂଚୀରେ ଛତ୍ରପୁର ନିକଟସ୍ଥ ସହେବଜେନାପଲ୍ଲୀ ଗ୍ରାମ, ଭାଗ୍ୟଲକ୍ଷ୍ମୀନଗର, କାଳିଆବାଲି, ରେଳଷ୍ଟେସନ ରୋଡ, ବଜାର ଛକ, ନ୍ୟୁ-ପୋଲିସ ଲାଇନ, ରାମକୃଷ୍ଣ ନଗର ଓ ଶାନ୍ତି ନଗରରେ ଏହି ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରାଣକୃଷ୍ଣ ପଟ୍ଟନାୟକ ଯୋଗ ଦେଇଥିଲେ ଓ ସଭା ସଞ୍ଚାଳନ କରିଥିଲେ । ଛତ୍ରପୁର ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ରଜାଯୋଗିନୀ ବିଜୟଲକ୍ଷ୍ମୀ ଏବଂ ବ୍ରହ୍ମକୁମାରୀ ଭାଇ ଓ ଭଉଣୀମାନେ ପ୍ରମୁଖ ଅଂଶଗ୍ରହଣ କରି ଶିବ ବାବାଙ୍କ ବାର୍ତ୍ତା ପ୍ରଚାର କରିଥିଲେ ।

Leave A Reply

Your email address will not be published.