ସଡ଼କ ସୁରକ୍ଷା ସପ୍ତାହ ଦିବସରେ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁଷା ସ୍ଥିତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୁନିଅର ରେଡକ୍ରସ୍‌ ଛାତ୍ରଛାତ୍ରୀମାନେ ସଡ଼କ ସୁରକ୍ଷା ସପ୍ତାହ ଦିବସର ଶେଷ ଦିନରେ ବଲାଙ୍ଗିର ପାଟଣାଗଡ଼ ୪୨ ନମ୍ବର ରାଜ୍ୟ ରାଜପଥ ଭଇଁଷା ଠାରେ ରାସ୍ତାରେ ଯାଉଥିବା ବାଟୋଇମାନଙ୍କୁ କଲେଜ ଛାତ୍ରଛାତ୍ରୀମାନେ ସଚେତନ କରୁଥିବା ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ରାସ୍ତାରେ ହେଲମେଟ୍‌ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଓ ଚକ୍‌ଲେଟ ଦେଇଥିବା ବେଳେ ହେଲମେଟ୍‌ ପିନ୍ଧି ନଥିବା ଲୋକଙ୍କୁ ପିନ୍ଧିବାକୁ କହିବା ସହ ଲିପ୍ଲେଟ ଦେଇ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ୟୋତି ବିକାଶ କଲେଜର ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତା, ଜୁନିଅର ରେଡକ୍ରସ୍‌ର କାଉନସିଲର ଜିତେନ୍ଦ୍ର ଦାସଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, କଲେଜ କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.