ଶ୍ରୁତି ଭବନରେ ବାଳ ସଂସ୍କାର କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ସେକ୍ଟର ୧୯ ଆଖଣ୍ଡଳମଣି ମନ୍ଦିର ସ୍ଥିତ ଶ୍ରୁତି ଭବନ ତରଫରୁ ଏକ ଦିବସୀୟ ବାଳ ସଂସ୍କାର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଗୁରୁଜୀ ଆଚାର୍ଯ୍ୟ ପ୍ରଣବ ଚୈତନ୍ୟ ଓ ଗୁରୁମା ବ୍ରହ୍ମଚାରିଣୀ ଗୀତାଞ୍ଜଳିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା କାର୍ଯ୍ୟକ୍ରମକୁ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଓ ଛୋଟ ପିଲା ଭାଗ ନେଇ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଛନ୍ତି । ଏଥିସହିତ ବାପା ମାଆଙ୍କ ସହଯୋଗ ମଧ୍ୟ ଆଜିର କାର୍ଯ୍ୟକ୍ରମକୁ ବହୁତ ପ୍ରେରଣାଦାୟୀ ଓ ସୁନ୍ଦର କରି ତୋଳିପାରିଛି ।

Leave A Reply

Your email address will not be published.

error: Content is protected !!