om academy

ନୂଆପଡାରେ ସଫେଇ କାର୍ଯ୍ୟକ୍ରମ

jsm

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ପଞ୍ଚାୟତ ଅଧୀନସ୍ଥ ନୂଆପଡା ଗାଁରେ ସରପଞ୍ଚ ଜ୍ୟୋସ୍ନାରାଣୀ ସାହୁଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ ମୁଣ୍ଡରେ ଥିବା ହଳଦୀଗୁଣ୍ଡି ପୋଖରୀ ରାସ୍ତା ମଇଳା ଆବର୍ଜନାରେ ପୂରି ରହିଥିଲା । ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୁଡାସିଂହା ସରପଞ୍ଚ ଶ୍ରୀମତୀ ସାହୁଙ୍କ ସହ ଜିପିଏଲ୍‌ଏଫ୍‌ ସଂପାଦିକା ନନ୍ଦିନୀ ଚିରଗୁନ, ଏମ୍‌ବିକେ ରୀନା ସେଠୀ ଓ ଗାଁର ମହିଳାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.