oom

ବ୍ଲକସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ କନ୍‌ଫରେନ୍ସ ହଲ୍‌ରେ ସମନିତ୍ୱ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ବ୍ଲକସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ସଲୀଳା ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନ, ତହସିଲଦାର ଅରୁଣ କୁମାର ନାୟକ, ଏବିଡ଼ିଓ, ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ ସମସ୍ତ ବ୍ଲକ ଲେବଲ ଟାସ୍କଫୋର୍ସ କମିଟି ମେମ୍ବରମାନେ ଉପସ୍ଥିତ ରହିଥିଲେ । ଏଥିରେ ମୋ ଗେଲ୍ଲାଝିଅ ଓ ନିର୍ଭୟା କଢି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୈନେକ କନ୍ୟା ଜନ୍ମ ଦେଇଥିବା ମା’ଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ବାଲ୍ୟ ବିବାହକୁ କିପରି ରୋକା ଯାଇପାରିବ, ଶିଶୁ ନିର୍ଯ୍ୟାତନା, ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନ, କନ୍ୟାଭୃଣ ହତ୍ୟା ରୋକା ଯାଇପାରିବ, ଶିଶୁ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ନିର୍ଭୟା କଢି ଓ ଦେଶଆତ୍ମକ ନୃତ୍ୟ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କିଶୋର ବାଳକ ଓ ବାଳିକାମାନେ ଶିଶୁ ବିକାଶ ନେଇ ଭବିଷ୍ୟତରେ ନିଜକୁ ଉତ୍ତମ ନାଗରିକ ଭାବେ ନିଜକୁ ଗଢି ତୋଳିବାକୁ ଶପଥ ନେଇଥିଲେ । ଅଙ୍ଗନୱାଡି କର୍ମୀ ବବିତା ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବବିତା ସେଠି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.