jayashree

ସର୍ବସାଧାରଣ ଜନ ଶୁଣାଣି କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ସ୍ଥିତ ପୂନ୍ୟତୋୟା ଋଷିକୂଲ୍ୟା ନଦୀ କୂଳରେ ଅବସ୍ଥିତ ବାବା ବାଲି ଲୋକନାଥ ଶୈବପୀଠ ପ୍ରାଙ୍ଗଣରେ ସର୍ବସାଧାରଣ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଦିଲ୍ଲୀ ନୋଏଡାରୁ ଆସିଥିବା କେନ୍ଦ୍ର ପଲ୍ୟୁସନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତିରେ ଜନ ଶୁଣାଣି ହୋଇଥିଲା । ସ୍ଥାନୀୟ କାଇଁଚପୁର ମଲାଡ଼ ଓ ଛତ୍ରପୁର ବ୍ଲକ ଅନ୍ତର୍ଗତ ହଂସପୁର ପଞ୍ଚାୟତର ଜନ ପ୍ରତିନିଧି ଓ ଅଂଚଳବାସୀ ଉପସ୍ଥିତ ରହି ବାୟୁ ପ୍ରଦୁଷଣ ନେଇ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଲୋକ ମତକୁ ନେଇ ସ୍ଥାନୀୟ ଅଞ୍ଚଳରେ ବାୟୁ ପ୍ରଦୁଷଣ ମୁକ୍ତ ପାଇଁ ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ, ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବାଲି ବୋଝେଇ ହୋଇ ଯାଉଥିବା ଯାନ ବାହାନମାନଙ୍କରେ ପାଲ ଢାଙ୍କି ନେବା, ଯାନ ବାହାନ ଗୁଡିକୁ ୧୫ଠାରୁ ୨୦ କିଲୋମିଟର ବେଗରେ ଚଲାଇବା ଏବଂ ରାସ୍ତାରେ ଜଳ ସିଞ୍ଚନ କରିବାକୁ ନେଇ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା । ଗଞ୍ଜାମ ବ୍ଲକର ବାହାଲପୁର, ଶ୍ରୀବଣା ବାଲିଘାଟ ଓ ଛତ୍ରପୁର ବ୍ଲକର ହଂସପୁର ବାଲିଘାଟ କ୍ଷେତ୍ରରେ ପରିବେଶ ମଞ୍ଜୁରୀ ପାଇଁ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ପୃକ୍ତ କ୍ଷେତ୍ର ଅଂଚଳର ପ୍ରାୟ ୩୫୦ରୁ ଅଧିକ ଜନସାଧାରଣ, ଲୋକ ପ୍ରତିନିଧି, ପୋଲିସ ପ୍ରଶାସନ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.